ଭିଜିଲାନ୍ସ ଜାଲରେ ଫଶିଲେ ଟିଟିଲାଗଡ଼ ରେଞ୍ଜର

ଭିଜିଲାନ୍ସ ଜାଲରେ ଫଶିଲେ ଟିଟିଲାଗଡ଼ ରେଞ୍ଜର

ଭିଜିଲାନ୍ସ ଜାଲରେ ଫଶିଲେ ଟିଟିଲାଗଡ଼ ରେଞ୍ଜର


ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର । ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ଟିଟିଲାଗଡ଼ ଅଫିସ, ପୈତୃକ ଘର ସହ ଏକ କାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ତନାଘନା କରୁଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଥିବା ବେଳେ,  ଚଢ଼ାଉରେ ବହୁ ଭିଜିଲାନ୍ସ ଅଧିକାରୀ ନିୟୋଜିତ ଥିବା ସୂଚନା ମିଳିଛି ।

ବଲାଙ୍ଗୀର କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ନିକଟସ୍ଥ ସରସ୍ୱତୀ ନଗରରେ ଥିବା ୨ମହଲା କୋଠା ଘର, ଟିଟିଲାଗଡ଼ ସ୍ଥିତ କାର୍ୟ୍ୟାଳୟ, ସରକାରୀ ବାସଭବନ ସମେତ ଲୋଇସିଂହା ଥାନା ଅନ୍ତର୍ଗତ ପନେସରା ସ୍ଥିତ ପୈତୃକ ଘରେ ଆଜି ଭୋରରୁ ଚଢଉ କରୁଛି ଭିଜିଲାନ୍ସ ଓ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଡିଏସପି ସୁଜାତା ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢଉ କରାଯାଉଛି ଓ ସୋନପୁର ଭିଜିଲାନ୍ସ ଇନିସ୍ପେକ୍ଟର ତୁଷାର ମହାପାତ୍ର, ସମ୍ବଲପୁର ଇନିସ୍ପେକ୍ଟର ପ୍ରଭା ଓରାମ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ବଲାଙ୍ଗିର ସରସ୍ବତୀ ନଗର ବସଭାବନରୁ ନଗଦ ଟଙ୍କା, ଅଳଙ୍କାର, ବ୍ୟାଙ୍କ ଜମା, ବୀମା କାଗଜ, ୩ଟି ପ୍ଲଟ ସହ ଅନ୍ୟ ନାଁରେ ଥିବା ଏକ ବାଲେରୋ ଗାଡି ଠାବ ହୋଇଛି ଓ ଭିଜିଲାନ୍ସ ଚଢଉ ଜାରି ରଖିଛି ଓ