ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ
ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିଲାଗି ଗତକାଲି ରାତିରେ ଇଂଲଣ୍ଡ ଗସ୍ତ କରିଛି ଭାରତୀୟ କି୍ରକେଟ ଟିମ । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପଡ଼ିଆରେ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ରହିବ । ଇଂଲଣ୍ଡ ପାଇଁ ଦଳର ଗସ୍ତ ପୂର୍ବରୁ ଏପର କିଛି ମନ୍ତ୍ର ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ବିଶ୍ୱକପରେ ହାଇଭୋଲଟେଜ୍ ମ୍ୟାଚଗୁଡ଼ିକରେ ଚାପଗ୍ରସ୍ତ ନହେବା ଉପରେ ସେ ଜୋର ଦେଇଛନ୍ତି । ଭାରତୀୟ ବୋଲର ମାନେ ଫ୍ରେସ୍ ଅଛନ୍ତି ଓ ସେମାନେ ଇଂଲଣ୍ଡ ପରିବେଶରେ ଚମତ୍କାର ପ୍ରଦର୍ଶନ କରିବେ ବୋଲି କୋହଲି କହିଛନ୍ତି । କୋଚ୍ ରବି ଶାସ୍ତ୍ରୀଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କୋହଲି ବିଶ୍ୱକପ ନେଇ ଦଳର ପ୍ରସ୍ତୁତି ଓ ମନୋବଳ ଉପରେ ଆଲୋଚନା କରିଛନ୍ତି ।