ଭାରତୀୟଙ୍କୁ ପଣବନ୍ଦୀ ଖବର ନାହିଁ: ଏମ୍ଇଏ

ଭାରତୀୟଙ୍କୁ ପଣବନ୍ଦୀ ଖବର ନାହିଁ: ଏମ୍ଇଏ

ଭାରତୀୟଙ୍କୁ ପଣବନ୍ଦୀ ଖବର ନାହିଁ: ଏମ୍ଇଏ

 ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଉଭୟ ଦେଶ ପକ୍ଷରୁ ବିଭିନ୍ନ ବୟନାବାଜୀ କରାଯାଉଛି। ଏହା ମଧ୍ୟରେ ରୁଷିଆ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା ଯେ ୟୁକ୍ରେନ୍‌ ସେନା ଓ ଅଧିକାରୀ ଭାରତୀୟଙ୍କୁ ଢାଲ ଭାବେ ବନ୍ଦୀ କରୁଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ କହିଛି ଆମେ କାହାକୁ ବନ୍ଧକ ରଖିନୁ। ରୁଷିଆର ଘନଘନ ବୋମା ନିକ୍ଷେପ ଦ୍ବାରା ଭାରତୀୟମାନେ ଘରୁ ବାହାରି ପାରୁ ନାହାନ୍ତି।  ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବିଶେଷ କରି ଖାରକିଭ୍ରେ ରହିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖାରକିଭ୍ରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ସେନା ବଳପୂର୍ବକ ପଣବନ୍ଦୀ କରି ରଖିଥିବା ଦାବି କରିଛି ରୁଷ। ଏ ସମ୍ପର୍କରେ ଭାରତ ସରକାରଙ୍କୁ ରୁଷ ପକ୍ଷରୁ ଅବଗତ ମଧ୍ୟ କରାଯାଇଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ଖାରକିଭ୍ରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ଫୋର୍ସ ପଣବନ୍ଦୀ କରି ରଖିଛି। ଏ ସମ୍ପର୍କରେ ଆମ ପାଖରେ ସୂଚନା ରହିଛି। ଭାରତୀୟ ଶିକ୍ଷାର୍ଥୀମାନେ ଖାରକିଭ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନି। ଖାରକିଭରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀମାନେ ବେଲଗୋରୋଡ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେମାନଙ୍କୁ ବାହାରକୁ ଛଡ଼ା ଯାଉନି। ସେମାନଙ୍କୁ ପଣବନ୍ଦୀ କରି ରଖାଯାଇଛି। ଅନ୍ୟପକ୍ଷରେ ଭାରତ ସରକାରଙ୍କ ବିଦେଶ ବିଭାଗ ପକ୍ଷରୁ ଏହାର ପ୍ରତିକ୍ରିୟା ରଖାଯାଇଛି। କୌଣସି ଭାରତୀୟ ପଣବନ୍ଦୀ ଥିବା ଖବର ନଥିବା କୁହାଯାଇଛି

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ବିଳମ୍ବିତ ରାତିରେ ଫୋନ ଯୋଗେ କଥା ହୋଇଛନ୍ତି। ଏହି କଥାବାର୍ତ୍ତାର କିଛି ସମୟ ପରେ ହିଁ ରୁଷ ପକ୍ଷରୁ ଏପରି ଦାବି କରାଯାଇଛି। ଉଭୟ ନେତା ଖାରକିଭରେ ଲାଗି ରହିଥିବା ହିଂସାତ୍ମକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଠାରେ ହଜାରେରୁ ଅଧିକ ଭାରତୀୟ ଫସି ରହିଛନ୍ତି। ତେଣୁ ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଉପରେ ମୋଦି ଓ ପୁଟିନ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।