ଭାରତକୁ ରୁଷିଆର ଅଫର; ୩୫ ଡଲାର କମ୍‌ରେ ଯୋଗାଇବ ତେଲ

ଭାରତକୁ ରୁଷିଆର ଅଫର; ୩୫ ଡଲାର କମ୍‌ରେ ଯୋଗାଇବ ତେଲ

ଭାରତକୁ ରୁଷିଆର ଅଫର; ୩୫ ଡଲାର କମ୍‌ରେ ଯୋଗାଇବ ତେଲ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଆକ୍ରମଣ ଯୋଗୁଁ ରୁଷକୁ ଏକଘରିଆ କରିଛନ୍ତି ୟୁରୋପିୟ ଦେଶ। ଏଥିପାଇଁ ଲଗାଇଛନ୍ତି ଆର୍ଥିକ କଟକଣା। ଏହାରି ଭିତରେ ମାସେରୁ ଊର୍ଦ୍ଧ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ କଟକଣା ମଧ୍ୟ ବଳବତ୍ତର ରହିଛି। ତେବେ ତମାମ କଟକଣା ସତ୍ତ୍ୱେ ନିଜ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଉଦ୍ୟମ କରିଛି ରୁଷ । ଏଥିପାଇଁ ବନ୍ଧୁ ରାଷ୍ଟ୍ର ଭାରତକୁ ରିହାତି ଦରରେ ତେଲ ଯୋଗାଇ ଦେବାକୁ ଅଫର ଦେଇଛି। ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଭାରତକୁ ସିଧାସଳଖ ତେଲ ଯୋଗେଇବାକୁ  ରୁଷ ଅଫର ଦେଇଛି। ଅନ୍ତଜାର୍ତୀୟ ବଜାରରେ ବ୍ୟାରେଲ ପିଛା ୩୫ ଡଲାର କମ୍ରେ ତେଲ ଯୋଗାଇବ ରୁଷ । ଚଳିତ ବର୍ଷ ଚୁକ୍ତି ଅନୁଯାୟୀ, ଭାରତକୁ ରୁଷ ୧୫ ମିଲିଅନ୍ ବ୍ୟାରେଲ ତେଲ ରପ୍ତାନୀ କରିବା। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବିଦେଶରୁ ସର୍ବାଧିକ ତୈଳ ଆମଦାନୀରେ ଏସିଆ ମହାଦେଶର ଦ୍ୱିତୀୟ ଦେଶ ହେଉଛି ଭାରତ। ୟୁକ୍ରେନ୍ ଉପରେ ଆକ୍ରମଣ ପରଠାରୁ ରୁଷ ଉପରେ ଆମେରିକା ସମେତ ୟୁରୋପର ଏକାଧିକ ଦେଶ ଆର୍ଥିକ କଟକଣା ଜାରି କରିଛନ୍ତି।  ଫଳରେ ଏହି ଦେଶମାନଙ୍କ ସହ ରୁଷ ମଧ୍ୟରେ ବ୍ୟବସାୟିକ ନେଣ-ଦେଣ ବନ୍ଦ ରହିଛି। ଏବେ କେବଳ ଚୀନ ଏବଂ ଭାରତ ରୁଷ ଠାରୁ ତୈଳ ଆମଦାନୀ କରୁଛନ୍ତି । ସେହିପରି ଭାରତ ସହ ଆର୍ଥିକ ନେଣଦେଣକୁ ରୁଷ ଆହୁରି ସରଳୀକରଣ କରିବ ବୋଲି ପ୍ରସ୍ତାବ ଦେଇଛି। ଏହିପରିପ୍ରେକ୍ଷୀରେ ରୁଷ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ଏ ବିଷୟରେ ଅଧିକ ଚର୍ଚ୍ଚା ହୋଇପାରେ।

ଅନ୍ୟପଟେ ଭାରତ ରୁଷଠାରୁ ରିହାତି ଦରରେ ତେଲ କିଣୁଥବାରୁ ଆମେରିକା ସହ୍ୟ କରିପାରୁନାହିଁ। ରୁଷଠାରୁ ଭାରତର ତୈଳ ଆମଦାନି ପରିମାଣକୁ ହଠାତ୍ ବଢ଼ାନଯାଉବ ବୋଲି ଆମେରିକା ଚାହୁଁଛି।ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଲାଗି ରୁଷ ଉପରେ ସବୁଆଡ଼ୁ ଚାପ ସୃଷ୍ଟି ନିମନ୍ତେ ଚେଷ୍ଟା କରାଯାଉଛି। ଏ ସମୟରେ କଟକଣାକୁ ଅଣଦେଖା କରି ତେଲ କିଣିବା ପାଇଁ ରୁପି-ରୁବଲ ପେମେଣ୍ଟ ସିଷ୍ଟମ୍ର ପ୍ରବର୍ତ୍ତନ ନିମନ୍ତେ ନୂଆଦିଲ୍ଲୀ ଉଦ୍ୟମ କରୁଛି। ଭାରତ ଯାହା କରୁଛି ତାହା ଠିକ୍ ହେଉନାହିଁ ବୋଲି ଆମେରିକା କହିଛି।