ଭର୍ଚୁଆଲ ରାଲିରେ ଲୋକଙ୍କୁ ବିପଦକୁ ଠେଲୁଛନ୍ତି ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭର୍ଚୁଆଲ ରାଲିରେ ଲୋକଙ୍କୁ ବିପଦକୁ ଠେଲୁଛନ୍ତି ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭର୍ଚୁଆଲ ରାଲିରେ ଲୋକଙ୍କୁ ବିପଦକୁ ଠେଲୁଛନ୍ତି ମୁଖ୍ୟମନ୍ତ୍ରୀ : ନିରଞ୍ଜନ
ଭୁବନେଶ୍ୱର : ତିର୍ତ୍ତୋଲ ଉପ ନିର୍ବାଚନ ଅବସରରେ ଆଜି ଏକ ଭର୍ଚୁଆଲ ରାଲି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲିକୁ ଟାର୍ଗେଟ କରିଛନ୍ତି । ଆପଣ ନିଜେ ସୁରକ୍ଷିତ ଅବସ୍ଥାରେ ରହି ସାଧାରଣ ଲୋକଙ୍କ ଜୀବନକୁ ବିପନ୍ନ କରୁଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦ ମୁହଁକୁ ଠେଲି ଦେଉଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ମାସ୍କ କିଣାଠାରୁ ଆରମ୍ଭ କରି ଭେଣ୍ଟିଲେଟର କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଉପ ନିର୍ବାଚନରେ କୋଟି କୋଟି ଟଙ୍କାର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ । ୨୧ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ । ବିକାଶ ହୋଇନଥିଲେ ମଧ୍ୟ ନିର୍ବାଚନରେ ସରକାରୀ କଳର ବ୍ୟବହାରକୁ ନାପସନ୍ଦ କରିଛନ୍ତି ନିରଞ୍ଜନ । ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣରେ ସରକାର ବିଫଳ ଏପରିକି କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ଗୋଟିଏ ପଦ ଶୁଣିବାକୁ ମିଳୁନାହିଁ ବୋଲି ନିରଞ୍ଜନ କହିଛନ୍ତି । ରାଜ୍ୟସଭା ସାଂସଦ ମନୋନୟନକୁ ନେଇ ବିଜେପି-ବିଜେଡି ସମ୍ପର୍କକୁ ଟାର୍ଗେଟ କରିଛନ୍ତି ନିରଞ୍ଜନ । ବିଜେପି ଏବଂ ଆରଏସଏସ ସହିତ ସମ୍ପର୍କକୁ ନେଇ ବିଜେଡି ସ୍ପଷ୍ଟ କରୁ ବୋଲି ନିରଞ୍ଜନ କହିଛନ୍ତି ।