ଭୁବନେଶ୍ୱର ପହଁଚିଲା ଡବଲ ଡେକର ବସ୍ । ବସ୍ରେ ଓଡ଼ିଶା କଳା, ସଂସ୍କୃତିର ଝଲକ ।
ଭୁବନେଶ୍ୱର ପହଁଚିଲା ଡବଲ ଡେକର ବସ୍। ବସ୍ରେ ଓଡ଼ିଶା କଳା, ସଂସ୍କୃତିର ଝଲକ । ପ୍ରବାସୀଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଏହି ବସ୍ରେ ଯାତ୍ରା କରିବେ । କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀରେ ଡବଲ ଡେକର ବସ୍ ଚଳାଇବାକୁ ଯୋଜନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ୍ ୫ଟି ବସ୍ ଆସିବାକୁ ଥିବା ବେଳେ ୨ଟି ବସ୍ ଓଡ଼ିଶା ପହଂଚିଛି। ବସ୍ର ଆଗ ଭାଗରେ ବଡ଼ କୋଣାର୍କ ଚକ୍ର ରହିଛି। ମଧ୍ଯରେ ଧଉଳି ଶତିସ୍ତୂପ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ରହିଛି। ସେହିପରି ବାଲିଯାତ୍ର ପଡ଼ିଆ ଗେଟ୍ର ଫଟୋ ଏହି ବସ୍ରେ ରହିଛି । ସମସ୍ତ ଡବଲ ଡେକର ବସ୍ ବ୍ୟାଟେରୀ ଚାଳିତ। ଭୁବନେଶ୍ଵରରେ ସମେତ କ୍ୟାପିଟଲ ରିଜିଅନରେ ସହରୀକରଣ ବଢୁଛି। ପ୍ରତିଦିନ ପ୍ରାୟ ୨.୭୫ ଲକ୍ଷ ଲୋକେ ମୋ ବସ୍ରେ ଯାତ୍ରା କରୁଛନ୍ତି। ଆଗକୁ ଏହି ସଂଖ୍ୟା ଦୁଇ ଗୁଣା ବଢିବ । ଏହାକୁ ଦୃଷ୍ଟିରେ ରଖି ଡବଲ ଡେକର ମୋ ବସ୍ ଆଣିବାକୁ କୁଟ ପକ୍ଷରୁ ଯୋଜନା କରାଯାଇଥିଲା। ପୂର୍ବରୁ ଅଧିକାରୀମାନେ ପୁରୀ ବୁଲି ଏହାର ସମୀକ୍ଷା କରିଛନ୍ତି। ଜଗନ୍ନାଥ ଦର୍ଶ ନାଭିଳାଷୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହୋବାକୁ ଯାଉଛି। ଏନେଇ ଖୁବ୍ଶୀଘ୍ର ଏକ ଡିପୋ ନିର୍ମାଣ ହେବା ସହ ଚାଙ୍ଗି ପଏଣ୍ଟ ବ୍ୟବସ୍ଥା କରାଯିବ।ବସ୍ ଭୁବନେଶ୍ଵରରେ ପହଞ୍ଚିବା ପରେ ଏହାକୁ ପରୀକ୍ଷାମୂଳକ ଭାବେ ଚଲଯିବ। 6 ତାରିଖରେ ବସକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବସରେ ମୋଟ୍ ୬୭ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି।




