ପ୍ରବାସୀ ଭାରତୀୟ ବୁଲି ଆସିବା କଟକ ନାହିଁ ପ୍ରସ୍ତୁତ

ପ୍ରବାସୀ ଭାରତୀୟ ବୁଲି ଆସିବା କଟକ ନାହିଁ ପ୍ରସ୍ତୁତ

ପ୍ରବାସୀ ଭାରତୀୟ କଟକ ବୁଲି ଆସିବା ଏକ ଗୌରବର ବିଷୟ । ହେଲେ ଏଥିପାଇଁ କଟକ ପ୍ରସ୍ତୁତ ନାହିଁ । ମହାନଗର ନିଗମ ତରବରିଆ ଭାବରେ କରିଚାଲିଛି ପ୍ରସ୍ତୁତି କାର୍ଯ୍ୟ। କଂକ୍ରିଟ ରେ ଗଛ ପୋତା ଯାଉଛି। ସିଏମସି ଏହି ଦିଗରେ ଦୃଷ୍ଟି ନାହିଁ। ଏହାବ୍ୟତୀତ ରାସ୍ତା ପାର୍ଶ୍ଵ କାନ୍ଥ ଚିତ୍ରକଳା କୁ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ କରିବା ମେୟର କମିଶନର ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ । ଗୁରୁବାର କଟକ ମହାନଗର ନିଗମ ରେ ଅନୁଷ୍ଠିତ ୨୭ତମ କାଉନ୍ସିଲ ବୈଠକରେ ଆରମ୍ଭ ରୁ ବିଧାୟିକା କରିଥିଲେ ସମୀକ୍ଷା ବୈଠକ । ବିଭିନ୍ନ ୱାର୍ଡ଼ର ସମସ୍ୟା , ନିର୍ମାଣଧୀନ ବିକାଶ ମୂଳକ କାର୍ଯ୍ୟ, ପରିମଳ , ଦିଗ କୁ ନେଇ ମତ ରଖିଥିଲେ  ସୋଫିଆ ଫିର୍ଦୋଷ । ତାଙ୍କ ମତରେ ,କଟକ ରେ ପରିମଳ ଦିଗ ଭୁଶୁଡି ଯାଇଛି । ଏହାସହ ମଶା ବିତ୍ପାତ ବଢି ଚାଲିଛି। ସିଏମସି ର ସ୍ବାସ୍ତ୍ୟ ଅଧିକାରୀ ଏହି ଦିଗରେ ଧ୍ୟାନ ଦେବା ଆବଶ୍ୟକ।  ଗୋଟିଏ ଡ୍ରାଇଭ ମାଧ୍ୟମରେ ମଶା ଅସୁବିଧା ସୁଧୁରୀ ଯିବ ଯାହାକୁ ସିଏମସି ଶୀଘ୍ର କାର୍ଯ୍ୟକ୍ଷମ କରିବା ଆବଶ୍ୟକ। ଏହାବ୍ୟତୀତ କଟକ ର ୫ ଟି ବଡ଼ ଡ୍ରେନ କୁ ସଫା କରିବା  ଆବଶ୍ୟକ ରହିଛି ।  ସିଡିଏ ସେକ୍ଟର ୧୩ ରେ ଅନେକ ଅସୁବିଧା ଅଛି ତାକୁ ସମାଧାନ କରିବା ଆବଶ୍ୟକ । ବିକାଶମୂଳକ କାର୍ଯ୍ୟ କଲେ କଟକକୁ ଲୋକ ଆସିବେ । ତେବେ ଏହି ଦିଗରେ ତତ୍ପରତା ଦେଖାଇବା ସିଏମସି ର କାର୍ଯ୍ୟ ବୋଲି କହିଛନ୍ତି ସେ । ଏହାସହ ୧୭୦ କୋଟି ସହିଦ ଭବନ ନିର୍ମାଣଧୀନ କାର୍ଯ୍ୟ ମନ୍ଥରତା ଦେଇ ଗତି କରୁଛି। ପାର୍କ ମଧ୍ୟ ଅଧୁରା ଅଛି । ବିଶ୍ଵନାଥ ପଣ୍ଡିତ ପାଠାଗାର ନିର୍ମାଣ ଏଯାବତ ହୋଇ ପାରିନାହିଁ । ସହରରେ ଭେଣ୍ଡିଂ ଯୋନ କାର୍ଯ୍ୟକ୍ଷମ ହୋଇନାହିଁ । ଏହାକୁ ଶୀଘ୍ର ଚିନ୍ହଟ କରି ଏହାକୁ କାର୍ଯ୍ୟକ୍ଷମ କରିବା ଆବଶ୍ୟକ। ପେଟା ନାଳ କାର୍ଯ୍ୟରେ ଡ୍ରେନେଜ କାମ ଶେଷ ହୋଇଛି , ହେଲେ ସିଏମସି ତାର କାର୍ଯ୍ୟ ଦିଗରେ ଫେଲ ମାରିଛି । ଏହି ପ୍ରକଳ୍ପ ପାଇଁ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି ସେମାନଂକୁ ଶୀଘ୍ର ଥଇଥାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ସୋଫିଆ। ଅନ୍ୟପଟେ କଟକ ରେ ଚାଲିଥିବା ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପ ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ଓ ମଶା ବିତ୍ପାତ , ପରିମଳ କୁ ନେଇ ଯେଉଁ ପ୍ରଶ୍ନ ବିଧାୟିକା ଆଗତ କରିଛନ୍ତି ତାହାକୁ ଯୁଦ୍ଧଜଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଯିବା ନେଇ କହିଛନ୍ତି କଟକ ସିଏମସି ମେୟର ସୁବାସ ସିଂ ।