ଜିଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ

କେନ୍ଦୁଝର ଜିଲା ସେଲ ଅଡିଟୋରିୟମ ରେ ଜିଲାସ୍ତରୀୟ ପାଣିପାଞ୍ଚାୟତ ପକ୍ଷ ୨୦୨୪-୨୦୨୫ ପାଳିତ ହୋଇ ଯାଇଛି। କେନ୍ଦୁଝର କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁଧାଂଶୁ ଶେଖର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଓ କିଭଳି ଭାବରେ ଚାଷ ପାଇଁ ଲୋକଙ୍କ କ୍ଷେତ କୁ ପାଣି ପହଞ୍ଚିବ ଓ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନାର ସମନ୍ୱୟ ରକ୍ଷା କରି ଯୋଜନାର ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ନଜର ଦେଇ କାର୍ଯ୍ୟ କଲେ ପାଣି ପଞ୍ଚାୟତର ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ବିଶାଳ ସିଂ ଯୋଗଦେଇ ପାଣି ପଞ୍ଚାୟତ ବିଷୟରେ ସବିଶେଷ ଭାବରେ ବୁଝାଇଥିଲେ।କେନ୍ଦୁଝରର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀମାନେ ସେମାନଙ୍କ ଚାଷରେ ହାସଲ କରିଥିବା ଉପଲବ୍ଧି ପ୍ରକାଶ କରିବା ସହ କୃଷି ରେ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ। ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗିତା କରାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।