ଭାଇ ହେଲା ବଇରୀ, ସାନ ଭାଇକୁ ହତ୍ୟା କଲା ବଡ଼

ଭାଇ ହେଲା ବଇରୀ, ସାନ ଭାଇକୁ ହତ୍ୟା କଲା ବଡ଼

ବରଗଡ : ବରଗଡ ପାଇକମାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଭାଇକୁ ମାରିଛି ଭାଇ । ସୂଚନା ଥାଉକି,  ପାରିବାରିକ କଳହକୁ ନେଇ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନା ଭିତରେ ଝଗଡା ହୋଇଥିଲା । କଳହ ଏତେ ପରିମାଣରେ ବଢିଗଲା ଯେ ବଡ଼ ଭାଇ ଉପେନ୍ଦ୍ର,ସାନ ଭାଇ ମନୋଜ ସୁନାକୁ ଏକ ରୁଟି ତିଆରି କରିବା ତାବାରେ ପିଟିଥିଲା ।

ପ୍ରହାର ଏତେ ଜୋରଦାର ଥିଲା ଘଟଣା ସ୍ଥଳରେ ମନୋଜ ଗଭୀର ଭାବରେ ଆହତ ହୋଇ ପଡିଥଲା । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ହତ୍ୟାକାରୀ ବଡଭାଇ ତାର ବଡ ବାପା ସଲିଗ୍ରାମ ସୁନା ନିକଟକୁ ଯାଇ କହିଥିଲା ଯେ, ମୁଁ ମୋର ଭାଇକୁ ମାରି ଦେଇଛି । ତାର ରକ୍ତ ବାହାରୁଛି ମୁଁ ଥାନାକୁ ଯାଉଛି ବୋଲି କହି ଚାଲିଯାଇଥିଲା । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀଙ୍କର ନିର୍ଦ୍ଦେଶ କ୍ରମେ ଶବ ଇନ୍ସପେକ୍ଟର ବିମଲ ଲାକ୍ରାଙ୍କର ସହିତ ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ମନୋଜ ମରି ପଡିଥିବା ଦେଖିବାକୁ ପାଇଥିଲେ । ପାଇକମାଳ ପୋଲିସ ଘଟଣା ସ୍ଥଳରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡର ତଦନ୍ତ ତଦନ୍ତ ଜାରି ରଖିଛି ।