ବ୍ରାଜିଲ ଗସ୍ତରେ ପ୍ରଧାନମନ୍ତ୍ରୀ

ବ୍ରାଜିଲ ଗସ୍ତରେ ପ୍ରଧାନମନ୍ତ୍ରୀ

ବ୍ରାଜିଲ ଗସ୍ତରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତାକାଲି ବ୍ରାଜିଲରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଅପରାହ୍ନରେ ସେ ଦୁଇ ଦିନିଆ ବ୍ରାଜିଲ ଗସ୍ତ କରିଛନ୍ତି। ୧୩ ଓ ୧୪ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସରେ ସାମିଲ ଥିବା ୫ ଦେଶର ଭବିଷ୍ୟତ ଓ ଆର୍ଥିକ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ। ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାକୁ ଯାଉଛନ୍ତି। ୨୦୧୪ରେ ପ୍ରଥମ ଥର ପାଇଁ ସେ ଯୋଗ ଦେଇଥିଲେ। ସେତେବେଳେ ବ୍ରାଜିଲର ଫୋର୍ଟାଲେଜାରେ ଆୟୋଜିତ ହୋଇଥିଲା ଏହି ବ୍ରିକ୍ସ ସମ୍ମିଳନୀ।ଏହି ସମ୍ମିଳନୀ ଅବସରରେ ଆସନ୍ତାକାଲି ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ। ସେହିପରି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏବଂ ରାଷ୍ଟ୍ରପତି ଜୈର ମେସାଇସ ବୋଲସୋନାରୋଙ୍କୁ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଭେଟିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ଉଦ୍ୟୋଗପତୀ ମଧ୍ୟ ବ୍ରାଜିଲ୍ ଗସ୍ତ କରିଥିବା ସୂଚନା ରହିଛି। ବ୍ରିକ୍ସ ବିଜନେସ ସମ୍ମିଳନୀରେ ୫ ଦେଶର ନେତାଙ୍କ ସହିତ ଉଦ୍ୟୋଗପତୀ ମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି। ବ୍ରିକ୍ସ ଦେଶ ମଧ୍ୟରେ ଆୟୋଜକ ଦେଶ ବ୍ରାଜିଲ୍, ଭାରତ, ଋଷ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ରହିଛି।