ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ଜଣେ ମହିଳା ଗିରଫ
ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ଜଣେ ମହିଳା ଗିରଫ
ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ଜଣେ ମହିଳା ଗିରଫ...
ବରଗଡ଼ : ବରଗଡ଼ ଅବକାରୀ ବିଭାଗ ଦ୍ୱାରା ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯିବା ସହ ବିପୁଲ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଗିରଫ ମହିଳା ଜଣକ ଅତାବିରାର ଜାରିନ ଖାତୁନ ବୋଲି ସୂଚନା ମିଳିଥିବା ବେଳେ ତା ଠାରୁ ଅବକାରୀ ବିଭାଗ ୨୪ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଜାରିନ ଖାତୁନ ବିକ୍ରୀ କରିବା ଉଦ୍ଦେଶ୍ୟରେ ଘରେ ଉକ୍ତ ଗଞ୍ଜେଇ ରଖିଥିବା ବେଳେ କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲେ । ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଇନସପେକ୍ଟର ସମରଜିତ ଦାଶ, ସଦର ଅବକାରୀ ଓଆଇସି ମୋହନ ପ୍ରଧାନ, ଅତାବିରା ଅବକାରୀ ଓଆଇସି ଆରତୀ ମିଞ୍ଜଙ୍କ ସମେତ ବିଭାଗୀୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ତରଫରୁ ମାମଲା ରୁଜୁ କରାଯାଇ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
--




admin 