ବରତୁଣ୍ଡା ଓ ପାଇକମାଲ ବଜାରରେ ସିଟ ବେଲ୍ଟ ଓ ହେଲମେଟ ପିନ୍ଧିବାକୁ କଲେ ସଚେତନ

ବରତୁଣ୍ଡା ଓ ପାଇକମାଲ ବଜାରରେ ସିଟ ବେଲ୍ଟ ଓ ହେଲମେଟ ପିନ୍ଧିବାକୁ କଲେ ସଚେତନ

ବରତୁଣ୍ଡା ଓ ପାଇକମାଲ ବଜାରରେ ସିଟ ବେଲ୍ଟ ଓ ହେଲମେଟ ପିନ୍ଧିବାକୁ କଲେ ସଚେତନ
ବରତୁଣ୍ଡା ଓ ପାଇକମାଲ ବଜାରରେ ସିଟ ବେଲ୍ଟ ଓ ହେଲମେଟ ପିନ୍ଧିବାକୁ କଲେ ସଚେତନ
*******************************
ବରଗଡ :୦୮/୦୨: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବର ତୁଣ୍ଡା ସାପ୍ତାହିକ ବଜାର ରେ "ମାସ୍" ଅନୁଷ୍ଠାନର ସେଚ୍ଛାସେବୀ ମାନଙ୍କୁ ନେଇ ରାସ୍ତାରେ ଯାଉଥିବା ମଟର ସାଇକେଲର ଚାଳକ , ଚାରି ଚକିଆ ଯାନ ବ୍ୟବହାର କରୁଥିବା ଡ୍ରାଇଭର ମାନଙ୍କୁ ଅଟକାଇ ହେଲମେଟ ଓ ସିଟ ଵେଲ୍ଟ ପିନ୍ଧିବାକୁ ସଚେତନ କରିଥିଲେ। ତତ୍ ସହିତ ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ ପିନ୍ଧନ୍ତୁ ଓ ଚାରି ଚକିଆ ଯାନ ବ୍ୟବହାର କରୁଥିବା ସମୟ ରେ ସିଟବେଲ୍ଟ ପିନ୍ଧନ୍ତୁ  ର ଉଦ୍ଦେଶ୍ୟ ରେ ଷ୍ଟିକର ମାନେ ଗାଡ଼ିରେ ଲଗାଯାଇଥିଲା। ଷ୍ଟିକରିଙ୍ଗ ସହିତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଗାଡ଼ି ଚଲେଇବାର ୧୫ ନିୟମାବଳୀ ଓ ଟ୍ରାଫିକ ନିୟମାବଲି କୁ ପ୍ରଚାର ପ୍ରସାର କରିବା ସହିତ ପ୍ରଚାର ପତ୍ର ଗୁଡ଼ିକ ଲୋକକୁ ଦିଆଯାଉଥିଲା। ସେଇଭଳି ଗତ ଶନିବାର ଦିନ ପାଇକମାଳ ବଜାରରେ ମଧ୍ୟ ଉକ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସେଚ୍ଛାସେବୀ ରେବତୀ ରାଉତ, କେଶବ ଡନସନା, ଦୁର୍ଯୋଧନ ବିଶି, ଦିଗେଶ କପାଟ ପ୍ରମୁଖ ସହଯୋଗ କରିଥିବା ବେଳେ "ମାସ" ଅନୁଷ୍ଠାନ ର ସଂଯୋଜକ ଆଦିକନ୍ଦ ବିଶ୍ବାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।