ବିଶ୍ୱ ବେଳାଭୂମି ସଫେଇ ଦିବସ

ବିଶ୍ୱ ବେଳାଭୂମି ସଫେଇ ଦିବସ

ବିଶ୍ୱ ବେଳାଭୂମି ସଫେଇ ଦିବସ

ସାମୁଦ୍ରିକ ପରିସଂସ୍ଥାନକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ନେଇ ପ୍ରତିବର୍ଷ ସେପ୍ଟେମ୍ବର ୧୭କୁ ସମଗ୍ର ବିଶ୍ୱରେ ବେଳାଭୂମି ସଫେଇ ଦିବସ ଭାବେ ପାଳନ କରାଯାଉଛି । ସାମୁଦ୍ରିକ ପ୍ରଦୂଷଣ ରୋକିବା ପାଇଁ ଉପକୂଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବେଳାଭୂମି ସଫେଇ ଦିବସ ଗୁରୁତ୍ୱ ବହନ କରୁଛି । ସମୁଦ୍ରକୁ ନିକ୍ଷେପ କରାଯାଉଥିବା ବର୍ଜ୍ୟ ବିଶେଷକରି ପ୍ଲାଷ୍ଟିକ, ଛିଣ୍ଡା ଜାଲ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁ ଜଳଚର ଜୀବଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ।

ଏପରିକି ଏହି କଠିନ ବର୍ଜ୍ୟ ପ୍ଲାଷ୍ଟିକ ଯୋଗୁଁ ଜଳଚର ପ୍ରାଣୀଙ୍କ ମୃତ୍ୟୁ ଘଟୁଛି । ବିଷାକ୍ତ ସୂକ୍ଷ୍ମ ପ୍ଲାଷ୍ଟିକ ପଦାର୍ଥ ଖାଉଥିବା ମାଛକୁ ମଣିଷ ଖାଇ ଦୁରାରୋଗ୍ୟରେ ପଡ଼ୁଛନ୍ତି । ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ଜୈବ ବିବିଧତାର ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ପରିସଂସ୍ଥାନ ସ୍ୱଚ୍ଛ ରଖିବାକୁ ବେଳାଭୂମି ସଫେଇ ସହ ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ପରିବେଶବିତତ ଗୁରୁତ୍ୱାରୋପ କରିଛନ୍ତି ।