ମା’ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ
ମା’ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ
ଜଗତସିଂହପୁର : ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ସ୍ଥିତ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ୟ୍ୟନ୍ତ ଦୀର୍ଘ ୧୬ଦିନ ବ୍ୟାପି ପାର୍ବଣ ପୂଜା ମା’ଙ୍କ ପୀଠରେ ଅନୁଷ୍ଠିତ ହେବ ।
ଏହି ଅବସରରେ ଆଜିଠାରୁ ମା’ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ । ଏଥି ସହ ମା’ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିପାରୁ ନଥିବାବେଳେ ଚଳିତ ବର୍ଷ ଭଲରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି ।




admin 