ବାରହା ପାଇଁ ବିଛା ଯାଇଥିଲା ଜାଲ, ଫସିଗଲେ ଯୁବକ

ବାରହା ପାଇଁ ବିଛା ଯାଇଥିଲା ଜାଲ, ଫସିଗଲେ ଯୁବକ

ବାରହା ପାଇଁ ବିଛା ଯାଇଥିଲା ଜାଲ, ଫସିଗଲେ ଯୁବକ

ଭବାନିପାଟଣା: ବାରହା ପାଇଁ ବିଛା ଯାଇଥିଲା ଜାଲ । ହେଲେ ବାରହା ବଦଳରେ ଫସିଗଲେ ଯୁବକ । ଆଉ ଅକାଳରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଅଞ୍ଚଳରେ ଘଟିଛି । ମୃତକ ମ ରାମପୁର ଅଞ୍ଚଳର ସଞ୍ଜୀବ ରଣା ବୋଲି ଜଣାଯାଇଛି। 

ସୂଚନା ଅନୁଯାୟୀ,  କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା।  ଅଲାବୁଲା ନିକଟରେ ପୋଖରୀ ଥିବାରୁ ଗତକାଲି ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ  ସଞ୍ଜୀବ ରଣା ସେଠାକୁ ଯାଇଥିଲେ। ମାତ୍ର ରାତି ଅନ୍ଧକାରରେ  ସଞ୍ଜୀବ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା  ।

ବହୁ ସମୟ ପର୍ୟ୍ୟନ୍ତ ସଞ୍ଜୀବ ନ ଫେରିବାରୁ ତାଙ୍କ ସହ ଥିବା ଅନ୍ୟ ଜଣେ ଡ୍ରାଇଭର ସୁରେନ୍ଦ୍ର ବାଗ ଖୋଜାଖୋଜି କରିବାକୁ ଯାଇଥିଲେ। ଏହାପରେ ସଞ୍ଜୀବ ତଳେ ପଡ଼ିଥିବା ଦେଖଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଫଳରେ ସେ ବି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।