ବିଶ୍ୱକପରୁ ବାଦ ପଡିଲେ ଶିଖର ଧାୱନ

ବିଶ୍ୱକପରୁ ବାଦ ପଡିଲେ ଶିଖର ଧାୱନ

ବିଶ୍ୱକପରୁ ବାଦ ପଡିଲେ ଶିଖର ଧାୱନ
ନୂଆଦିଲ୍ଲୀ: ଭାରତୀୟ ଦଳକୁ ଲାଗିଛି ଏକ ବଡ ଝଟକା । ଭାରତୀୟ ଦଳର ଷ୍ଟାର ଓପନର ଶିଖର ଧାୱନ ବିଶ୍ୱକପରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ସହିତ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଡି ଆଘାତ ଲାଗିଥିଲା । ସେହି ଆଘାତ କାରଣରୁ ସେ ବିଶ୍ୱକପରୁ ବାଦ ପଡିଛନ୍ତି । ନାଥାନ କଲ୍ଡର-ନାଇଲଙ୍କ ଏକ ବାଉନ୍ସର ବଲକୁ ବ୍ୟାଟିଂ କରିଲା ବେଳେ ଶିଖର ଧାୱନଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହା ପରେ ଆଙ୍ଗୁଠି ରକ୍ତ ଜାମ ପଡିଯାଇଥିଲା । ଆଙ୍ଗୁଠିଟି ଦରଜ ଲାଗିବା ସତ୍ୱେ ସେ ଧୂଆଁଧାର ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଫିଲ୍ଡିଂ ସମୟରେ ମଧ୍ୟ ଧାୱନ ଫିଲ୍ଡିଂ କରି ପାରିନଥିଲେ । ତାଙ୍କ ଜାଗାରେ ରବିନ୍ଦ୍ର ଜାଡେଜା ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ଭାରତୀୟ ଦଳର ଟିମ ପରିଚାଳନା କମିଟି ଧାୱନଙ୍କ ଆଙ୍ଗୁଠି ସ୍କାନ କରିଥିଲେ । ସ୍କାନ ରିପୋର୍ଟରୁ ଜଣା ପଡିଲା ଯେ ତାଙ୍କ ଆଙ୍ଗୁଠିର ସ୍ଥିତି ଗମ୍ଭୀର ଥିବା ଜଣାପଡିଛି । ଡାକ୍ତର କହିଛନ୍ତି ଧାୱନ ୩ ସପ୍ତାହ ବିଶ୍ରାମ ନେବାକୁ ପଡିବ ।