ବିଶେଷଜ୍ଞଙ୍କ ଆଶଙ୍କା, ଶୀତରେ ଭୟଙ୍କର ହେବ ସଂକ୍ରମଣ

ବିଶେଷଜ୍ଞଙ୍କ ଆଶଙ୍କା, ଶୀତରେ ଭୟଙ୍କର ହେବ ସଂକ୍ରମଣ

ବିଶେଷଜ୍ଞଙ୍କ ଆଶଙ୍କା, ଶୀତରେ ଭୟଙ୍କର ହେବ ସଂକ୍ରମଣ
ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ (କୋଭିଡ-୧୯) ଏବେ ବିଶ୍ୱର ୨୧୩ ଟି ଦେଶକୁ କବଳିତ କରିସାରିଛି । ଏଥିରେ ୨ କୋଟି ୩୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ୮ ଲକ୍ଷ ୧୮ ହଜାରରୁ ଅଧିକ ଲୋକକ ଜୀବନ ଗଲାଣି । ବିଶ୍ୱର ବିଭିନ୍ନ ଦେଶରେ ଟିକା ବିକଶିତ କରିବା ଲାଗି ଜୋରସୋର ଉଦ୍ୟମ ଜାରି ରହିଛି । କିନ୍ତୁ କରୋନା ନିଜର ରୂପ ବଦଳାଉ ନଥିବାରୁ ତାହା ଟିକା ବିକାଶରେ ସହାୟକ ହୋଇଛି । କିନ୍ତୁ ସଂକ୍ରମଣର ହାର କମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଆସନ୍ତା ଶୀତ ବେଳକୁ ଟିକା ଆସିସାରିଥିବ ବୋଲି କିଛି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି । ହେଲେ ଆଉ କିଛି ବିଶେଷଜ୍ଞ ଆଶଙ୍କା କରିଛନ୍ତି ଯେ ଶୀତ ସମୟରେ କରୋନା ଭୟାବହ ରୂପ ଧାରଣ କରିବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହ କାର୍ଯ୍ୟ କରିଥିବା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ବ୍ଲାଉଜ ଷ୍ଟୋହରଙ୍କ କହିବାନୁଯାୟୀ ଶୀତ ସମୟରେ କରୋନାର ଦ୍ୱିତୀୟ ଲହରି ଆସିବାର ସମ୍ଭାବନା ରହିଛି । ଏଭଳି ହେଲେ ତାହା ପ୍ରଥମ ସଂକ୍ରମଣ ଅପେକ୍ଷା ଅଧିକ ଭୟଙ୍କର ହେବ । ସେ କହିଛନ୍ତି କରୋନା ଭାଇରସର ମହାମାରୀ ଆଚରଣ ଅନ୍ୟ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ଠାରୁ ଭିନ୍ନ ନୁହେଁ । ସୁପ୍ତ ହୋଇପଡ଼ିଥିବା କରୋନା ଭାଇରସ ଶୀତରେ ପୁଣି ଥରେ ସକି୍ରୟ ହେବାର ସମ୍ଭାବନା ରହିଛି । ତେଣୁ କରୋନାର ଦ୍ୱିତୀୟ ଲହରି ଆହୁରି ବିପଜ୍ଜନକ ହେବ । ବି୍ରଟେର ଏକାଡେମି ଅଫ ମେଡିକାଲ ସାଇନସେସ୍ ପକ୍ଷରୁ ଏଭଳି ମଧ୍ୟ ଆକଳନ କରାଯାଇଛି । ଏହି ସଂସ୍ଥାର ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୨୧ ଜାନୁଆରୀ ଫେବୃୟାରୀ ବେଳକୁ ପରିସ୍ଥିତି ଠିକ୍ ସେହିଭଳି ହେବ ଯେଭଳି ଚଳିତ ବର୍ଷ ପ୍ରାରମ୍ଭରେ କରୋନା ସଂକ୍ରମଣ ବେଳେ ଦେଖିବାକୁ ମିଳିଥିଲା । କରୋନା ଟିକା ବିକାଶରେ ସାମିଲ ବି୍ରଟେନର ଚିଫ ମେଡିକାଲ ଅଫିସର କି୍ରସ ହ୍ୱିଟିଙ୍କ କହିବାନୁଯାୟୀ ଆମେ କୌଣସି ଟିକା ଉପରେ ଭରସା କରି ରହିପାରିବା ନାହିଁ ।