ଭଲ ଖବର : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଭଲ ଖବର : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ

ଭଲ ଖବର : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ମଙ୍ଗଳବାର ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେବଳ ସଂକ୍ରମଣ ସଂଖ୍ୟା ହ୍ରାସ ପାଇନାହିଁ ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ କମ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୫୮୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭୭୬ ରହିଛି । ତୁଳନାତ୍ମକ ଭାବରେ ଏହି ସଂଖ୍ୟା ବହୁତ କମ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୫୭୬ ରହିଛି । ୫୧ ଲକ୍ଷ ୧ ହଜାର ୩୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୬୩୧୮ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ମାତ୍ର ଏକ ପଞ୍ଚମାଂଶ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲ୪ ୪୨ ହଜାର ୮୧୧ ଟେଷ୍ଟିଂ କରାଯାଇଥିବା ବେଳେ ସମୁଦାୟ ଟେଷ୍ଟିଂର ସଂଖ୍ୟା ୭୩୧୧୦୦୪୧ରେ ପହଞ୍ଚିଛି ।