ଦିଲ୍ଲୀ ଦଙ୍ଗା : ସର୍ଜିଲ ଇମାମକୁ ଗିରଫ କଲା ପୋଲିସ

ଦିଲ୍ଲୀ ଦଙ୍ଗା : ସର୍ଜିଲ ଇମାମକୁ ଗିରଫ କଲା ପୋଲିସ

ଦିଲ୍ଲୀ ଦଙ୍ଗା : ସର୍ଜିଲ ଇମାମକୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ସର୍ଜିଲ ଇମାମକୁ ଗିରଫ କରିଛି । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଇମାମକୁ ଗିରଫ କରାଯାଇଛି । ୟୁଏପିଏ ଆଇନ ଆଧାରରେ ଶର୍ଜିଲକୁ ଗିରଫ କରାଯାଇଛି । ରବିବାର ଦିନ ସର୍ଜିଲକୁ ଆସାମକୁ ଦିଲ୍ଳୀକୁ ଅଣାଯାଇଛି । ଜୁଲାଇ ୨୧ରେ ସର୍ଜିଲ ଇମାମକୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥାନ୍ତା ମାତ୍ର କରୋନା ପଜିଟିଭ୍ ଜଣାପଡିବା ପରେ ଇମାମକୁ ଆସାମରେ ରଖାଯାଇଥିଲା । ଜୁଲାଇ ୨୫ ତାରିଖରେ ଇମାମ ବିରୋଧରେ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।