ବିମାନ ଯାତ୍ରୀଙ୍କ ପାଇଁ ନିୟମ ଟିକିଏ ବଦଳିଲା

ବିମାନ ଯାତ୍ରୀଙ୍କ ପାଇଁ ନିୟମ ଟିକିଏ ବଦଳିଲା

ବିମାନ ଯାତ୍ରୀଙ୍କ ପାଇଁ ନିୟମ ଟିକିଏ ବଦଳିଲା

ଭୁବନେଶ୍ୱର: ରାଜ୍ୟରେ ଡେଲ୍‌ଟା ଓ ଓମିକ୍ରନ୍‌ର ଭୟବହତାକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସ୍‌ନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ସାମାନ୍ୟ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁସାରେ ଏଣିଛି ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ଟେଷ୍ଟ ହେବ। ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ଥିବା ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ଏୟାରପୋର୍ଟରେ ଟେଷ୍ଟ କରାଯିବ। ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦିଏ, ତାହାହେଲେ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯିବା ସହିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ରେ ବିଏମ୍‌ସି ଦର୍ଶାଇଛି।

ଗୁରୁବାର ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ବିଏମ୍‌ସି ଦର୍ଶାଯାଇଥିଲା, ବିମାନରେ ଆସୁଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ। ଏଥିସହ ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ୟ୍ୟନ୍ତ ଯାତ୍ରୀମାନେ ହୋମ୍‌ ଆଇସୋଲେସନ୍‌ରେ ରହିବେ। ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ ପ୍ରୋଟୋକଲ୍ ଅନୁଯାୟୀ ପରବର୍ତ୍ତୀ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଦର୍ଶା ଯାଇଛି।