ପୁଣି ଜଗା ଦର୍ଶନ ବନ୍ଦ ହେଲା
ପୁଣି ଜଗା ଦର୍ଶନ ବନ୍ଦ ହେଲା
ପୁରୀ: ରାଜ୍ୟରେ ହୁହୁ ହୋଇ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ନିଷ୍ପତ୍ତି। ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ। ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ। ଆସନ୍ତା ସୋମବାର ଜାନୁଆରୀ ୧୦ ରୁ ୩୧ ତାରିଖ ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଲା। ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଦର୍ଶନକୁ ବାରଣ କରାଯାଇଛି। ଶନିବାର ଅର୍ଥାତ ଆଜି କାଳିଆ ଠାକୁରଙ୍କ ଦର୍ଶନ ଭକ୍ତଙ୍କ ପାଖରେ ଶେଷ ସୁଯୋଗ ରହିଛି, କାରଣ ରବିବାର ପୂର୍ବଭଳି ଦର୍ଶନ ବନ୍ଦ ରହିବ। ତେଣୁ ଶନିବାର ବେଶି ଭିଡ ହୋଇପାରେ।
ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ଯାଏ ଜଗା ଦର୍ଶନ ବନ୍ଦ ରହିବ । ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା । ଛତିଶା ନିଯୋଗ ବୈଠକରେ। ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି।
ସେପଟେ ପ୍ରତିଦିନ ଶ୍ରୀମନ୍ଦିରକୁ ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ କୌଣସି ନିର୍ଦ୍ଦେଶାବଳୀ ନଥିଲା। ତେବେ ଏପରି ସ୍ଥିତିରେ କୋଭିଡ ସଂକ୍ରଣ ମାମଲା ବୃଦ୍ଧି ଘଟୁଛି। ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।




admin 