ବିଭାଗ ପରିଦର୍ଶନ କଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

ବିଭାଗ ପରିଦର୍ଶନ କଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

ବିଭାଗ ପରିଦର୍ଶନ କଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
ଭୁବନେଶ୍ୱର : ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବକାଶରେ ଉପସ୍ଥିତ ବିଭାଗୀୟ ପଦାଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ । ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତିଯେ, ସୂଚନା ଓ ଲୋକସମ୍ପର୍କ ବିଭାଗ ସବୁବେଳେ ସରକାର ଓ ଜନଗଣଙ୍କ ମଧ୍ୟରେ ସଂଯୋଜକ ସେତୁ ଭାବେ କାର୍ଯ୍ୟ କରିଆସୁଛି । ଏହାକୁ ବଜାୟ ରଖିବା ପାଇଁ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀ ନିଷ୍ଠା ଏବଂ ଶୃଙ୍ଖଳାର ସହ ଦାୟିତ୍ୱ ସମ୍ପାଦନ କରିବାକୁ ସେ ନିବେଦନ କରିଥିଲେ । ପରିଦର୍ଶନ ସମୟରେ ବିଭାଗୀୟ ନିଦେ୍ର୍ଧଶକ ଲକ୍ଷ୍ମୀଧର ନାୟକ, ଅତିରିକ୍ତ ନିଦେ୍ର୍ଧଶକ ନିରଞ୍ଜନ ସେଠୀ, ଉପଶାସନ ସଚିବ ଦୁର୍ଗାପ୍ରସାଦ ମହାରଣା, ଉପନିଦେ୍ର୍ଧଶକ ବିପିନ ବିହାରୀ ବାରିକ, ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସମ୍ବଦ୍ଧ୍ୱର୍ିତ କରିଥିଲେ ।