ବିବାଦ ପିଛା ଛାଡୁନି, ପୁଣି ନୂଆ ମାମଲା

ବିବାଦ ପିଛା ଛାଡୁନି, ପୁଣି ନୂଆ ମାମଲା

ବିବାଦ ପିଛା ଛାଡୁନି, ପୁଣି ନୂଆ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ମାମଲା ଓ ବିବାଦରେ ଛନ୍ଦି ହୋଇଚାଲିଛନ୍ତି। ଏହି କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜାମିନରେ ଆସିଥିବାବେଳେ ପୁଣି ଶିଳ୍ପା, ରାଜଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଛି।

ଅର୍ଥ ହେରଫେର୍ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସମେତ ରାଜ କୁନ୍ଦ୍ରା ଏବଂ କଶିଫ ଖାନଙ୍କ ନାମରେ ଅଭିଯୋଗ ହୋଇଛି । ମୁମ୍ବାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏମାନଙ୍କ ନାମରେ ୧ କୋଟି ୫୯ ଲକ୍ଷ ହେରଫେର କରିଥିବା ଅଭିଯୋଗ ହୋଇଛି । ମୁମ୍ବାଇର ଜଣେ ବ୍ୟବସାୟୀ ଏମାନଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି। ରାଜ କୁନ୍ଦ୍ରା ଏବଂ କଶିଫ ଖାନଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ମାମଲା ରୁୁଜୁ କରିଛି । ଠକେଇ ଓ ଧମକଚମକ ଅଭିଯୋଗରେ ପୋଲିସ ଏହି ମାମଲା ରୁଜୁ ହୋଇଛି ।