ବିଧାନସଭା ଆଉ ପବିତ୍ର ଜଳ ସିଞ୍ଚନ
ବିଧାନସଭା ଆଉ ପବିତ୍ର ଜଳ ସିଞ୍ଚନ
ଭୁବନେଶ୍ୱର : ବିଧାନସଭା ପବିତ୍ର କରିବାକୁ ଏବେ ତିନି ଦଳ ଲାଗି ପଡିଛନ୍ତି । କେବେ କଂଗ୍ରେସ ବିଧାୟକମାନେ ଗଙ୍ଗାଜଳ ଛିଂଚି ବିଧାନସଭାକୁ ପବିତ୍ର କରିବାରେ ଲାଗିପଡ଼ିଛନ୍ତି ତ କେବେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଗୋବର ପାଣି ପକାଉଥିବା ଦେଖିବାକୁ ମିଳିଛି । ତେବେ ଆଜି ବିଜେଡ଼ି ବିଧାୟକମାନେ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଜଳ ଛିଂଚି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।
ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ବସ୍ତୁତଃ ଅଚଳ ହୋଇରହିଛି । ବିରୋଧୀ ନିଜ ଜିଦରେ ଅଟଳ ରହୁଥିବାରୁ ବିଧାନସଭା କାର୍ଯ୍ୟ ଠପ ହୋଇଯାଇଛି । କିନ୍ତୁ ଏବେ ବିରୋଧୀଙ୍କ ଭଳି ଶାସକ ଦଳ ମଧ୍ୟ ଗୃହର ମଧ୍ୟଭାଗରେ ହାଲାବୋଲ କରିବାକୁ ପଛାଇନାହାନ୍ତି । ଆଜି ବିଧାନସଭାରେ ଶାସକ ଦଳ ଗୃହର ମଧ୍ୟଭାଗକୁ ମାଡ଼ିଆସି ହାଲାବୋଲ କରିଥିବାବେଳେ ବିଜେଡ଼ି ବିଧାୟିକା ସୁନନ୍ଦା ଦାସ ଓ ଲତିକା ପ୍ରଧାନ ଗଡୁରୁ ପାଣି ଛାଟୁଥିବା ଦେଖିବାକୁ ମିଳିଛି । ବିରୋଧୀଙ୍କୁ ସଦବୁଦ୍ଧି ଦେବା ପାଇଁ ବିଜେଡ଼ି ବିଧାୟକ ଓ ବିଧାୟିକାମାନେ ଏଭଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।




admin 