ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା : ଜଗିବେ ୩୦ ପ୍ଲାଟୁନ ଫୋର୍ସ

ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା : ଜଗିବେ ୩୦ ପ୍ଲାଟୁନ ଫୋର୍ସ

ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା :  ଜଗିବେ ୩୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ବିଧାନସଭାର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ । ଡିଜିପିଙ୍କ ସମୀକ୍ଷା ପରେ ପୁଲିସ କମିଶନର ଓ ଡିସିପି ନିଜ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବ । ଆତ୍ମାହୁତି ଉଦ୍ୟମ ନିରାକରଣକୁ ଅଧିକ ଫୋକସ ଦିଆଯିବ । ଯେଉଁମାନଙ୍କର କିଛି ଆପତ୍ତି ଅଭିଯୋଗ ଅଛି , ସେମାନେ ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତୁ । ଆତ୍ମାହୁତି ଭଳି ବେଆଇନ କାର୍ଯ୍ୟ ନକରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୨୪ ତାରିଖରେ ଆତ୍ମାହୁତି ଅଭିଯାନର ଆରମ୍ଭ ହୋଇଥିଲା । ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ତାଙ୍କ କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ସାମ୍ନାରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ସେହି ମାସ ୨୭ରେ ଆଠଗଡ଼ ଅଞ୍ଚଳର ଗୁରୁଡି଼ଘାଟିଆ ପ୍ରସାଦ ନାୟକ, କୈଳାସ ନାୟକ, କବିଚନ୍ଦ୍ର ବାରିକ୍‌ ନାମକ ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଆଠଗଡ଼ କୋ-ଅପରେଟିଭ୍‌ ବ୍ୟାଙ୍କର ସମବାୟ ଋଣର ଜାଲିଆତି ଛନ୍ଦି ହୋଇଥିବା ଅଭିଯୋଗ ଆଣିଥିଲେ । ତା’ ପରଦିନ ଜଗତସିଂହପୁର କୁଙ୍ଗଜ ଅଞ୍ଚଳବାସୀ ସୁବ୍ରତ ଦାସ ଓ ତାଙ୍କ ମାସୁଲଚନା ଦାସ ଆଇଜି ପାର୍କ ପଛ ପାଶ୍ୱର୍ରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ।