ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ଚିଠି ଲେଖିଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ଏବେ ରାଜନୀତି ଜୋର ଧରିଛି । ତେବେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ପ୍ରଦୀପ୍ତ ଉଲ୍ଲେଖ କରିଛନ୍ତି ଯେ, ବିଜେପିର ଏକ ଟିମ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲା । ସମାବର୍ତ୍ତୀ ଅଞ୍ଚଳ ବାସିନ୍ଦା କାହିଁକି ଆନ୍ଧ୍ର ମୁହାଁ ହେଉଛନ୍ତି ତାହା ପ୍ରଣିଧାନ ଯୋଗ୍ୟ । ସେମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବା ଦରକାର । ମୌଳିକ ସୁବିଧା ମିଳୁନଥିବାରୁ ସୀମାନ୍ତ ଅଞ୍ଚଳବାସୀ ଆନ୍ଧ୍ର ମୁହାଁ ହେଉଛନ୍ତି । ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ ପ୍ରଦୀପ୍ତ ଉକ୍ତ ଚିଠିରେ ପ୍ରସ୍ତାବ ଦେଇଛନ୍ତି । ‘କୋଟିଆ କ୍ଲଷ୍ଟର ଅଥରିଟି’ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବାକୁ ପ୍ରଦୀପ୍ତ ପ୍ରସ୍ତାବ ଦେଇଛନ୍ତି । ସେହିପରି ଗମନାଗମନ ପାଇଁ ସୀମାବର୍ତ୍ତୀ ଗାଁକୁ ବସ ସେବା ଯୋଗାଇ ଦିଆଯିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ।