ବିଧାନସଭାରେ ଆରଟିଓ ଭିଡ଼ ପ୍ରସଙ୍ଗ
ବିଧାନସଭାରେ ଆରଟିଓ ଭିଡ଼ ପ୍ରସଙ୍ଗ
admin
Nov 28, 2019 - 06:58
Updated: Nov 28, 2019 - 06:58
ଭୁବନେଶ୍ୱର: ଗୁରୁବାର ବିଧାନସଭାରେ ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ହେଉଥିବା ଅସମ୍ଭାଳ ଭିଡ଼ ପ୍ରସଙ୍ଗ ଉଠୁଛି । ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ, ଆରଟିଓରେ ଆବଶ୍ୟକ ଷ୍ଟାଫ ନଥିବାରୁ ଲୋକେ ସୁବିଧା ପାଉ ନାହାନ୍ତି । ଭୁବନେଶ୍ୱରକୁ ଛାଡ଼ି, ଅନ୍ୟଠି ସନ୍ଧ୍ୟା ହେଲେ ଆରଟିଓ ବନ୍ଦ ହୋଇଯାଉଛି । ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର । ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ରୁଲିଂ ଦେବାକୁ ବିଧାୟକ ଶ୍ରୀ ମିଶ୍ର ଦାବି କରିଛନ୍ତି ।
ପ୍ରକାଶ ଯେ, ଆଉ ୨ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟ ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟ ପୁରିବାକୁ ଯାଉଛି । ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ସମୟ ଦେଇଥିଲେ ମଧ୍ୟ ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି । ତେଣୁ ଅଫିସ ଗୁଡିକ ଦିନ ୧୦ଟାରେ ଖୋଲୁଥିଲେ ମଧ୍ୟ ଭୋର ୪ଟାରୁ ଆସି ଲାଇନ ଲଗାଉଛନ୍ତି ଗାଡି ଚାଳକମାନେ।
ନୂତନ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ସମସ୍ତ ୨ଚକିଆ ଯାନ ଆରୋହୀ ହେଲମେଟ ପିନ୍ଧିବା, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ତେବେ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ପାଇଁ ଏବେ ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେଲେ ମଧ୍ୟ କାମ ହୋଇ ପାରୁ ନାହିଁ । କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ ଅଧିକ ଆକାଉଣ୍ଟ ଖୋଲିବାକୁ ଗାଡ଼ି ଚାଳକ ଦାବି କରୁଛନ୍ତି ।