ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ଆରମ୍ଭ

ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ଆରମ୍ଭ

ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ଆରମ୍ଭ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି।  ଏହା ପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ସାଂଗଠନିକ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ମହିଳା ଓ ଶିଶୁ ନିର୍ୟାତନା, ସୀମା ବିବାଦ, ବେରୋଜଗାର ସମସ୍ୟା, ବ୍ୟାପକ ନିଶା କାରବାର, ଧାନ କିଣାବିକାରେ ଚାଷୀଙ୍କୁ ଶୋଷଣ, ବିଜୁ ସ୍ମାର୍ଟ କାର୍ଡ ପ୍ରହେଳିକା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧି, ରନଭଣ୍ଡାର ଚାବି ହଜିବା ଘଟଣା ଆଦି ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ପଦାଧିକାରୀମାନେ ବୈଠକରେ ଚିନ୍ତା ପ୍ରକଟ କରିଥିଲେ । ଆଜି ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।  ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି, ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଜି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।