ମଦକୁ ନେଇ ଏମିତି ଯୋଜନା କରିଛନ୍ତି ନୀତୀଶ

ମଦକୁ ନେଇ ଏମିତି ଯୋଜନା କରିଛନ୍ତି ନୀତୀଶ

ମଦକୁ ନେଇ ଏମିତି ଯୋଜନା କରିଛନ୍ତି ନୀତୀଶ

ପାଟନା: ବିହାରରେ ମଦ ବନ୍ଦ। ତଥାପି ଚୋରା ରାଜ୍ୟରେ ମଦ କାରବାର ଚାଲିଛି। ତେବେ ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିହାର ସରକାରଙ୍କ ସବୁ କର୍ମଚାରୀ ମଦ ନ ପିଇବା ପାଇଁ ଆସନ୍ତା ୨୬ ତାରିଖରେ ଶପଥ ଗ୍ରହଣ କରିବେ । ମଦ ନିଷିଦ୍ଧ ଦିବସ ପରିପ୍ରେକ୍ଷୀରେ ଏହା କରାଯିବ । ମଦ ବିକ୍ରି କରିବେ ନାହିଁ କିମ୍ବା ପିଇବେ ନାହିଁ ବୋଲି କର୍ମଚାରୀ ଓ ଲୋକମାନେ ଶପଥ ନେବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି । ରାଜ୍ୟରେ ମଦ ନିଷେଧକୁ କଡ଼ାକଡ଼ି ଭାବେ କାର୍ୟ୍ୟକାରୀ କରାଯାଉଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ।