ଚାକିରିରୁ ବିଦା ହେଲେ ଆଉ ଜଣେ ବାବୁ

ଚାକିରିରୁ ବିଦା ହେଲେ ଆଉ ଜଣେ ବାବୁ

ଚାକିରିରୁ ବିଦା ହେଲେ ଆଉ ଜଣେ ବାବୁ

ଭୁବନେଶ୍ୱର:ରାଜ୍ୟ ସରକାର ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର ଶାଖାର (State Pollution Control Board, Balasore) ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ଚାକିରିରୁ ବିଦା କରିଛନ୍ତି। ଅପାରଗତା ଓ ଦୁର୍ନୀତି ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଶ୍ରୀ ବେହେରା ବର୍ତ୍ତମାନ ନିଲମ୍ବିତ ଅଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲା ।