ବିଜେପି ପକ୍ଷରୁ ଡିଜି ଅଫିସ ଘେରାଉ

ବିଜେପି ପକ୍ଷରୁ ଡିଜି ଅଫିସ ଘେରାଉ

ବିଜେପି ପକ୍ଷରୁ ଡିଜି ଅଫିସ ଘେରାଉ
ଭୁବନେଶ୍ୱର: କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଅଟଳ ରହିଛି । ଏନେଇ ପୂର୍ବରୁ ବିଭିନ୍ନ ଥାନା ଓ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିବାବେଳେ ଶୁକ୍ରବାର ଦଳ ପକ୍ଷରୁ ଡିଜି ଅଫିସ ଘେରାଉ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବିରେ ଏହି ଘେରାଉ କରାଯାଇଛି । ଏହି ଘେରାଉରେ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ସିଂ ତୋମାର ସାମିଲ ହୋଇଛନ୍ତି । ଏଥିସହ ରାଜ୍ୟ ସଭାପତି ସମର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି ।