ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ଶରତ ପଟ୍ଟନାୟକ

ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ଶରତ ପଟ୍ଟନାୟକ

ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି  : ଶରତ ପଟ୍ଟନାୟକ


ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସପକ୍ଷରେ ଭୋଟ୍ ଦେବାକୁ କଂଗ୍ରେସ ପଦାଧିକାରୀମାନେ ଆହ୍ୱାନ କରିବା ସହ ପଦ୍ମପୁରବାସୀଙ୍କୁ ଦଳ ପକ୍ଷରୁ ୧୩ଟି ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ବିଜୟୀ ହେଲେ ଏହି ସବୁ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଦଳ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଇସ୍ତାହାର ମଧ୍ୟ ଜାରି ହୋଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଫସଲବୀମା ନେଇ ଯେଉଁ କୁମ୍ଭୀର କାନ୍ଦଣା ବିଜେଡି ଓ ବିଜେପି କରୁଛନ୍ତି ତାହା ହାସ୍ୟାସ୍ପଦ । କେନ୍ଦ୍ର ଓ ରାଜ୍ୟରେ ଦୁଇ ଦଳ ସରକାରରେ ଥିବା ଓ ଉଭୟଙ୍କର ନୀତି ଓ ନିଷ୍ପତ୍ତି ଗୋଟିଏ ହୋଇଥିବାବେଳେ ଚାଷୀର ସ୍ୱାର୍ଥ କିପରି ବଳିପଡ଼ିଲା ତାହା ଆଜି ପ୍ରଶ୍ନବାଚୀ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେ ଉପନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ତେଣୁ ଦଳର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଜିତାଇବା ସେ ପଦ୍ମପୁରବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।