ବିଜେପିର ସଫଳତା ପ୍ରଚାର କରିବେ ଅଭିନେତା, ଖେଳାଳି

ବିଜେପିର ସଫଳତା ପ୍ରଚାର କରିବେ ଅଭିନେତା, ଖେଳାଳି

ବିଜେପିର ସଫଳତା ପ୍ରଚାର କରିବେ ଅଭିନେତା, ଖେଳାଳି

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ କିଛି ଦିନ ତଳେ ୮ ବର୍ଷ ପୂରିଛି। ଏହି ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କୁ କରିଥିବା ଯୋଜନା ଏବଂ ସଫଳତା ପ୍ରଚାର କରିବାକୁ ନୂଆ ଯୋଜନା କରିଛି ବିଜେପି। ଲୋକଙ୍କୁ ପ୍ରଭାବିତ କରିବା ଏବଂ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କ ସଫଳତାଗୁଡ଼ିକର ପ୍ରଚାର ଓ ପ୍ରସାର କରିବ।

ଏଥିପାଇଁ ସମାଜକୁ ପ୍ରଭାବିତ କରିପାରିବାର କ୍ଷମତା ରଖିଥିବା ବିଶିଷ୍ଟ ବ୍ୟକ୍ତି, ଅଭିନେତା ଓ ଖେଳାଳିଙ୍କୁ ସାମିଲ କରିବ। ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜ ସାମାଜିକ ଗଣମାଧ୍ୟମ ସାଇଡ୍‌ଳରେ  ସରକାରଙ୍କ ସଫଳତାଗୁଡ଼ିକର ପ୍ରଚାର ପ୍ରସାର କରିବେ। ଏହାଦ୍ୱାରା ସେମାନଙ୍କୁ ଅନୁସରଣ କରୁଥିବା ଲୋକଙ୍କ ପାଖରେ ଅଧିକରୁ ଅଧିକ ମାତ୍ରାରେ ସରକାରଙ୍କ ସଫଳତାଗୁଡ଼ିକ ପହଞ୍ଚି ପାରିବ।

 ବିଜେପିର ଏହି ଯୋଜନା “୮ ବର୍ଷ: ସେବା, ସୁଶାନ ଓ ଗରିବଙ୍କ କଲ୍ୟାଣ” ନାଁରେ ଅନୁଷ୍ଠିତ ହେବ। ଡିଜିଟାଲ ମିଡିଆ ପ୍ରଚାର ବ୍ୟତୀତ ବିଜେପି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୨ ସ୍ତରୀୟ କାର୍ୟ୍ୟକ୍ରମର ଯୋଜନା କରିଛି। ଗୋଟିଏ ସ୍ତରରେ ଦଳୀୟ ନେତାମାନେ ସରକାରଙ୍କ ସଫଳତାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବେ। ସେହିପରି ଦ୍ୱିତୀୟ ସ୍ତରରେ ବିଭିନ୍ନ ପ୍ରକାରର ସରକାରୀ କାର୍ୟ୍ୟକ୍ରମ କରାଯିବ।

ଡିଜିଟାଲ ସ୍ତରୀୟ ପ୍ରଚାର ପ୍ରସାର ପାଇଁ କିଛି ପ୍ରସ୍ତାବ ଦିଆଯାଇଛି। ମୋଦି ସରକାରଙ୍କ ସଫଳତାକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ କେନ୍ଦ୍ରମନ୍ତ୍ରୀ, ଦଳର ବରିଷ୍ଠ ନେତା ଓ ପାର୍ଟି କ୍ୟାଡରମାନେ ସେମାନଙ୍କ ସାମାଜିଗ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିବେ।   ଏହାବାଦ ବିଭିନ୍ନ ଭାଷାରେ ସରକାରଙ୍କ ଯୋଜନାର ଭିଡିଓ ପ୍ରସ୍ତୁତ କରାଯିବ। ଲୋକମାନେ କେମିତି ସରକାରୀ ଯୋଜନାର ଲାଭ ପାଇଛନ୍ତି, ତା’ ଉପରେ ମଧ୍ୟ ଛୋଟ ଛୋଟ ଭିଡିଓ କାହାଣୀ ପ୍ରସ୍ତୁତ କରାଯାଇ ପ୍ରଚାର କରାଯିବ। ପ୍ରତିଟି ମନ୍ତ୍ରଣାଳୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବେ। ୮ ବର୍ଷ ମଧ୍ୟରେ ସରକାର ହାସଲ କରିଥିବା ସଫଳତା ଓ ରିପୋର୍ଟ କାର୍ଡକୁ ମଧ୍ୟ ବିଭିନ୍ନ ପ୍ରଭାବଶାଳୀ ସୋଶାଲ ମିଡିଆ ବ୍ୟକ୍ତିବିଶେଷଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ କରିବାକୁ ମଧ୍ୟ ବିଜେପି ଯୋଜନା କରିଛି।