ବିଜେପିରେ ଯୋଗଦେଲେ ଦାମ
ବିଜେପିରେ ଯୋଗଦେଲେ ଦାମ
admin
Mar 14, 2019 - 14:52
Updated: Mar 14, 2019 - 14:52
ଭୁବନେଶ୍ୱର : ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଡାକ୍ତର ଦାମୋଦର ରାଉତ । ରାତି ୮ଟାରେ ଦାମ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଥିଲେ । ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପିରେ ମିଶିବା ପରେ ଡାକ୍ତର ରାଉତ କହିଲେଯେ, ଶେଷରେ ବହୁ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି । ମୁଁ ଜଣେ ବୁଢ଼ା ଲୋକ । ୪୫ ବର୍ଷ ମୁଁ ସାଧାରଣ ଜୀବନରେ ରହିଛି । ୩୫ ବର୍ଷ ଧରି ବିଧାୟକ ରହିଛି । ୧୯୭୭ରୁ ମନ୍ତ୍ରୀ ମଧ୍ୟ ରହି ଆସିଥିଲି । ୨୧ ବିଭାଗର ଦାୟିତ୍ୱରେ ରହିଛି । ସ୍ୱର୍ଗତ ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ । ସେହିପରି ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ସେ ବର୍ଷିଥିଲେ । ରାଜ୍ୟର ଦୁର୍ନୀତି ସଂକ୍ରାନ୍ତରେ ସେ କହିଥିଲେ ।
ଗତ କିଛିଦିନ ଧରି ଦାମ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ଏନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏମିତିକି ଦଳ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ତେବେ ହଠାତ ଦାମ ନିଷ୍ପତି ଅମୀମାଂସିତ ରହିଲା ବୋଲି କହିବା ସହ କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ରହିଥିବା କହିଥିଲେ ।
ସୂଚନାଯୋଗ୍ୟଯେ, ଗତବର୍ଷ ସେପ୍ଟେମ୍ବରରେ ଡାକ୍ତର ରାଉତଙ୍କୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ଡାକ୍ତର ରାଉତ ନୂତନ ଆଂଚଳିକ ଦଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏମିତିକି ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ ବୋଲି ସୂଚନା ଦେଇଥିଲେ । ହେଲେ ପରବର୍ତୀ ସମୟରେ ଦାମଙ୍କ ଏହି ଉଦ୍ୟମ ଫସର ଫାଟିଯାଇଥିଲା । ସେହିପରି କଂଗ୍ରେସ ସହ ମଧ୍ୟ ଦାମ ଯୋଗସୂତ୍ରରେ ରହିଥିଲେ । ତେବେ ବୈଜୟନ୍ତ ବିଜେପିରେ ମିଶିବା ପରେ ଦାମ ବିଜେପି ଆଡକୁ ଢଳିଥିଲେ ।