ବିଜେପରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ

ବିଜେପରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ

ବିଜେପରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ

ନୂଆଦିଲ୍ଲୀ: ଦେଶର ପୁରାତନ ରାଜନୈତିକ ପାର୍ଟି କଂଗ୍ରେସକୁ ଲାଗିଛି ଆଉ ଏକ ଜୋରଦାର ଝଟ୍କା।  ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ୍ ସିଂହ ଆଜି କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି।

ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ବିଜେପିରେ ମିଶିବା ପୂର୍ବରୁ ଶ୍ରୀ ସିଂହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇ ଥିଲେ। ଏହି ଇସ୍ତଫାପତ୍ରର ଗୋଟିଏ କପି ସେ ଟ୍ୱିଟର୍ରେ ପୋଷ୍ଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ ଆମେ ଆମର ମହାନ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଉତ୍ସବ ମନାଉଛେ। ଏହି ଅବସରରେ ମୁଁ ମୋର ରାଜନୀତିକ କ୍ୟାରିୟରର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।  ଏହି ଅବସରରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ଆଉ ସେ ପୂର୍ବର କଂଗ୍ରେସ ହୋଇ ରହି ନାହିଁ। କଂଗ୍ରେସରେ ୩୨ ବର୍ଷ ରହି ସେବା କରିଛି। ମାତ୍ର ଏହି ଦଳର ଲକ୍ଷ୍ୟ ଓ ଅଭିମୁଖ୍ୟ, ନୀତି ଓ ଆଦର୍ଶ ଆଉ ପୂର୍ବପରି ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ସିଂହଙ୍କ ସହିତ ତାଙ୍କର ଆଉ ୨ ସହୋ ଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହା ସହିତ ଗତ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଚାଲିଥିବା ପ୍ରଗତିମୂଳକ କାର୍ୟ୍ୟକୁ ପ୍ରଶଂସା କରିଥିଲେ। ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ ବୋଲି ଶ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

କଂଗ୍ରେସ ତାଙ୍କୁ ଦେଶବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଶ୍ରୀ ସିଂହ ଧନ୍ୟବାଦ ଜଣାଇଛନ୍ତି।