ବିଜେଡିରେ ମିଶିବି, ନବୀନଙ୍କ ହାତମୁଠା ଟାଣ କରିବି

ବିଜେଡିରେ ମିଶିବି, ନବୀନଙ୍କ ହାତମୁଠା ଟାଣ କରିବି

ବିଜେଡିରେ ମିଶିବି, ନବୀନଙ୍କ ହାତମୁଠା ଟାଣ କରିବି

ନବରଙ୍ଗପୁର: କୁନ୍ଦୁଲି ପୀଡିତାଙ୍କ ପ୍ରସଙ୍ଗରେ ଯିଏ ଦିନେ ନବୀନ ସରକାର ବିରୋଧରେ ଆନ୍ଦୋଳନ ତେଜିଥିଲେ, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ, ଆଜି ସେ ପ୍ରଦୀପ ମାଝିଙ୍କ ସ୍ୱର ବଦଳି ଯାଇଛି। ସେ ଏବେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଖାଲି ପ୍ରଶଂସା କରିନାହାନ୍ତି, ସ୍ପଷ୍ଟ କରିଛନ୍ତି ସେ ନିଜ ସାମର୍ଥକଙ୍କ ସହ ବିଜେଡିରେ ମିଶିବେ। ବିଜେଡି ପାଇଁ କାମ କରି ନବୀନଙ୍କ ହାତ ମୁଠାକୁ ଟାଣ କରିବେ। ପିପିଲି ଉପନିର୍ବାଚନରେ ବିଜେଡି ବିରୋଧରେ ଅନର୍ଗଳ ଭାଷଣବାଜି ଦେଉଥିବା ପ୍ରଦୀପଙ୍କ ଭଳି ଯୁବ ନେତାଙ୍କ ଏଭଳି ପରିବର୍ତନକୁ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ସେବା ପାଇଁ ନୁହେଁ ବରଂ କିଛି ହେବା ପାଇଁ ପ୍ରଦୀପ ଦଳ ଛାଡ଼ିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେବାର ଦୁଇ ଦିନ ନପୂରୁଣୁ ପ୍ରଦୀପ ମାଝୀ ବିଜେଡିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଜି  ନବରଙ୍ଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଜେଡିରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଫଳରେ ପ୍ରଦୀପ ବିଜେଡିରେ ମିଶିବା ପାଇଁ କଂଗ୍ରେସ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା ସେଥିରେ ଖୋଦ ପ୍ରଦୀପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।  ଚର୍ଚ୍ଚାକୁ ସତରେ ପରିଣତ କରିଛନ୍ତି ପ୍ରଦୀପ।  ଖୁବଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ଆଜି ଘୋଷଣା କରିଛନ୍ତି । 

 ଏହି ଅବସରରେ ସେ କହିଛନ୍ତି ଯେ, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି। ମୋ ସହ ବହୁ କଂଗ୍ରେସ କର୍ମୀ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବୁ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ସମ୍ଭବ ନୁହେଁ ।  ବିଜେଡି ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ କରିଛି ।  ତେଣୁ ଅଭିଭକ୍ତ କୋରାପୁଟ ତଥା ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଜେଡିରେ ସାମିଲ ହେବୁ । ସବୁଠୁ ବଡ଼ କଥା ହେଲା ଯେ, ନିଜେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାକୁ ଯାଉଥିବା ପ୍ରଦୀପ ମାଝୀ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କୁ ବି ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ ।  ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପ୍ରଦୀପ ମାଝୀ କହିଛନ୍ତି । 

ପ୍ରକାଶଯେ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ ଦୁଇ ଦିନ ତଳୁ  କଂଗ୍ରେସରୁ ଇସ୍ତଫା ଦେଇଥିଲେ ।  ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଇସ୍ତଫା ଦେଇଥିଲେ ।  ଦଳରେ ଜନସେବାର ସୁଯୋଗ ସେ ଦୁଃଖ ଓ କଷ୍ଟର ସହ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।