ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜୟ

ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜୟ

ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଣିଛନ୍ତି ଚାଞ୍ଚଲ୍ୟକର ଆଉ ସଂଘାତିକ ଅଭିଯୋଗ । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜୟ। ସେ କହିଛନ୍ତି ଯେ, ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ବାସଭବନରେ ବୁଝାମଣା କରାଯିବାକୁ ଉଦ୍ୟମ କରାଯାଇଥିଲା । ଏ ସମ୍ପର୍କରେ କିଛି ଟେଲିଫୋନ କଲ ରେକର୍ଡ ପୁଲିସକୁ ମିଳିଛି । ପୁଲିସ ଏହାକୁ ସିଲ କଭରରେ ତୃତୀୟ ମହଲକୁ ଦେଇସାରିଛି।  ମନ୍ତ୍ରୀଙ୍କ ସମସ୍ତ କଲ ରେକର୍ଡ ଯାଞ୍ଚ ହେଉ ।  କିଛି ଅଣଓଡ଼ିଆ ଅଫିସର ବି ଏଥିରେ ସମ୍ପୃକ୍ତ, ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି ।  କେବଳ ମନ୍ତ୍ରୀ ନୁହଁନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସେଠାକୁ ଯାଉଥିଲେ ।  କାହିଁକି ଟିଆଇ ପରେଡ କରାଯାଉନି? ଡିଆଇଜି ଓ ଏସପି କେସକୁ ଦୁର୍ବଳ କରୁଛନ୍ତି। ତଦନ୍ତରୁ ଯେମିତି ଲାଗୁଛି କଳାହାଣ୍ଡି ଓ ବଲାଙ୍ଗିରରେ ସିନେମା ସୁଟିଂ ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । 

ଏହା ପୂର୍ବରୁ  ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ଭୂମିକାକୁ ନେଇ କଂଗ୍ରେସ ପ୍ରଶ୍ନ କରିଥିଲା ।  ପୂର୍ବ ଘଟଣାଗୁଡ଼ିକ ଉଠାଇ ଆଜି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳିଥିଲେ।  

ସେ କହିିଥିଲେ ଯେ, ଆଇନମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ମର୍ଡଲରେ ସମ୍ପୃକ୍ତ । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନି ।  ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପିପିଲି ଉପନିର୍ବାଚନରୁ ଦୂରେଇ ରଖିଲେ । 

ସେହିପରି ପ୍ରଶାନ୍ତ ଜଗଦେବ ଦଳିତଙ୍କୁ ମାଡ଼ ମାରିଲେ, ମାତ୍ର ପୁଲିସ ପାଇଲା ନାହିଁ । ଏବେ ମମିତା ମର୍ଡରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ, ମୁଖ୍ୟମନ୍ତ୍ରୀ ନିରବ। ଗୋବିନ୍ଦଙ୍କ ସନସାଇନ ସ୍କୁଲକୁ ପଞ୍ଚାୟତିରାଜ ବିଭାଗରୁ ଅନୁଦାନ ମିଳୁଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବି ସେହି ସ୍କୁଲକୁ ଯାଉଥିଲେ । ଏଥିରୁ ସ୍ପଷ୍ଟ ଦିବ୍ୟଶଙ୍କର ଓ ପ୍ରତାପଙ୍କ ଛତ୍ରଛାୟାରେ ଗୋବିନ୍ଦ ନିଜ କରନାମା କରିଛି । ଅନ୍ୟପକ୍ଷରେ ତାକୁ ଧମକ ଚମକ ଦେଇ ଦୋଷ ସ୍ୱୀକାର କରିବାକୁ କୁହାଯାଇଛି ବୋଲି ଦେବାଶିଷ ପଟ୍ଟନାୟକ କହିଥିଲେ ।