ବିଜେପି ଇଞ୍ଜିନ ଲାଇନଚ୍ୟୁତ ହେବ:ନବୀନ

ବିଜେପି ଇଞ୍ଜିନ ଲାଇନଚ୍ୟୁତ ହେବ:ନବୀନ

ବିଜେପି ଇଞ୍ଜିନ ଲାଇନଚ୍ୟୁତ ହେବ:ନବୀନ
ବାଙ୍କୀ: ବଡମ୍ବାରେ ପ୍ରଚାର ମଇଦାନରେ ମୋଦିଙ୍କ ଡବଲ ଇଞ୍ଜିନକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ଡବଲ ଇଞ୍ଜିନର କଥା କହୁଛନ୍ତି । ତେବେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଓଡିଶାର ଇଞ୍ଜିନ କିଏ ? ସେ ବିଷୟରେ ବିଜେପି ନେତା କିଛି କହିପାରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏପରିକି ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି ପ୍ରଶ୍ନବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ ବିଜେପିର ଡବଲ ଇଞ୍ଜିନରୁ ୫ଟି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲାଣି ବୋଲି କଟାକ୍ଷ କରିଛନ୍ତି ନବୀନ । ଆଉ ଆସନ୍ତା ମେ ୨୩ରେ ଦିଲ୍ଲୀର ମେନ୍ ଇଞ୍ଜିନ ମଧ୍ୟ ଲାଇନଚ୍ୟୁତ ହୋଇଯିବ ବୋଲି କହି ବିଜେପି ଉପରେ ସିଧାସଳଖ ବର୍ଷିଛନ୍ତି ବିଜେଡି ସୁପିମୋ