ବିଛା ଗ୍ୟାଙ୍ଗକୁ ନେଇ ଚର୍ଚ୍ଚାରେ ନିର୍ଦ୍ଦେଶକ ସଞ୍ଜୟ ନାୟକ

ବିଛା ଗ୍ୟାଙ୍ଗକୁ ନେଇ ଚର୍ଚ୍ଚାରେ ନିର୍ଦ୍ଦେଶକ ସଞ୍ଜୟ ନାୟକ

ବିଛା ଗ୍ୟାଙ୍ଗକୁ ନେଇ ଚର୍ଚ୍ଚାରେ ନିର୍ଦ୍ଦେଶକ ସଞ୍ଜୟ ନାୟକ

ଭୁବନେଶ୍ୱର: ତରଙ୍ଗ ନେଇ ଆସୁଛି ବିଛା ଗ୍ୟାଙ୍ଗ । ନିର୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବିଛା ଗ୍ୟାଙ୍ଗ’ ଏବେ ଖୁବ ଚର୍ଚ୍ଚାରେ । ସର୍ବଦା କିଛି ନୂଆ ଦେଖାଇବାକୁ ଚେଷ୍ଟା କରି ଆସିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ । ତାଙ୍କର ପ୍ରତିଟି ଚିତ୍ରରେ ଥାଏ ଚମତ୍କାରିତା  । ଏହି କ୍ରମରେ ତରଙ୍ଗର ନୂଆ ଚଳଚିତ୍ର ବିଛା ଗ୍ୟାଙ୍ଗକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ପୂର୍ବରୁ ତରଙ୍ଗ ପାଇଁ ‘ମୂଷା ମୋର ରଜନୀକାନ୍ତ’ ନିର୍ମାଣ କରିଥିଲେ ସଞ୍ଜୟ । କିନ୍ତୁ ଏଥର ସତ ସତିକା ବିଛାକୁ ନେଇ କାହାଣୀରେ ଜବରଦସ୍ତ ସଫଳତା ପାଇବା ନିମନ୍ତେ ଆଶାବାଦୀ ଅଛନ୍ତି । ସୁଟିଂ ପରେ ଏହି ଚିତ୍ରର ସଂପାଦନା ଚାଲୁରହିଛି ।

ଏହି ଚଳଚ୍ଚିତ୍ରର ମୁଖ୍ୟ କାର୍ଯ୍ୟକାରୀ ଓ ପ୍ରଯୋଜକ ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି । ଦେବୀଦତ୍ତମହାନ୍ତି କ୍ରିଏଟିଭର ମୁଖ୍ୟ ରଞ୍ଜନ ସତପଥୀ ଥିଲାବେଳେ କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ତ୍ରିଭୁବନ ପଣ୍ଡା । ସ୍ୱର ସଂଯୋଜନାରେ ବୈଦ୍ୟନାଥ ଥିବାବେଳେ ବିଭିନ୍ନ ଭୂମିକାରେ ଦୀପିକ, ଆର୍ଲିନ ଅଙ୍କିତା, ପିଣ୍ଟୁନନ୍ଦ, ପୁଷ୍ପାପଣ୍ଡା, ପ୍ରଦୀପ ଦେବତା, କେକେ, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ଡ଼.ସୋନମ ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି ।