କେତେ ଉପକାରୀ ଧନିଆ ପତ୍ର

କେତେ ଉପକାରୀ ଧନିଆ ପତ୍ର

କେତେ ଉପକାରୀ ଧନିଆ ପତ୍ର


ଭୁବନେଶ୍ୱର: ପ୍ରତିଘରେ ରୋଷେଇ ସମୟରେ ଖୋଜା ହୋଇଥାଏ ଧନିଆ ପତ୍ର । ଏହା ଖାଦ୍ୟରେ ସ୍ୱାଦ ବଢ଼ାଇବାରେ ମଧ୍ୟ ସହାର୍ଯ୍ୟ କରିଥାଏ । ବାସ୍ନା ସହ ଖାଦ୍ୟକୁ ହଜମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଧନିଆ ପତ୍ର । ଏଥିରେ ଭରିରହିଥାଏ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ ଓ ମାଙ୍ଗାନିଜ ଭରପୁର ମାତ୍ରା । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ । ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ:

– ରକ୍ତହୀନତା ସହ ହୃତ୍ପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ ।

– ଏଥିରେ ଥିବା କେତେକ ଗୁଣ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

– ଏଥିରେ କ୍ୟାଲୋରି କମ ଥାଏ ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

- ଏହା କୋଲେଷ୍ଟ୍‌ରୋଲସ୍ତର କମ ମଧ୍ୟ କରିଥାଏ ।