ବାଲଟ ପାଇଁ କାଗଜ ନାହିଁ, ହୋଇ ପାରିବନି ନିର୍ବାଚନ
ବାଲଟ ପାଇଁ କାଗଜ ନାହିଁ, ହୋଇ ପାରିବନି ନିର୍ବାଚନ
ଲାହୋର: ପାକିସ୍ତାନରେ ରାଜନୈତିକ ସ୍ଥିତି ଗୁରୁତର ରହିଛି। ବିରୋଧୀ ଓ ସରକାରୀ ଦଳ ମଧ୍ୟରେ ଜୋରଦାର ଛକାପଞ୍ଝା ମଧ୍ୟରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଚତୁରତାର ସହିତ ଅନାସ୍ଥା ଭୋଟ୍କୁ ଏଡ଼ାଇ ନର୍ବାଚନ କରାଇବାକୁ କହିଛନ୍ତି। ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳ ସଂସଦରେ ଆଣିଥିବା ଅନାସ୍ଥା ଭୋଟ୍କୁ ଟାଳିବାକୁ ସକ୍ଷମ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଂସଦ ଭଙ୍ଗ କରିବା ଲାଗି ରାଷ୍ଟ୍ରପତି ଅରିଫ୍ ଆଲ୍ଭିଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିଲେ । ଆଉ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି।
ତେବେ ଏବେ ପାକିସ୍ତାନ ନିର୍ବାଚନ କମିଶନ ଆଗାମୀ ତିନି ମାସ ମଧ୍ୟରେ ସାଧାରଣ ନିର୍ବାଚନ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ଅନେକ ଆଇନଗତ ବାଧା ଥିବାରୁ ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଡନ୍ ଖବରକାଗଜକୁ କହିଛନ୍ତି ଯେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ପ୍ରାୟ ୬ ମାସ ସମୟ ଲାଗିବ।
ସେ କହିଛନ୍ତି ଯେ ଭୋଟର ତାଲିକାକୁ ଅପଡେଟ କରିବା ସହ, ନିର୍ବାଚନ ସାମଗ୍ରୀ କ୍ରୟ, ବାଲାଟ ପେପର ବ୍ୟବସ୍ଥା, ମତଦାନ କର୍ମଚାରୀଙ୍କ ନିଯୁକ୍ତି ଏବଂ ତାଲିମ ଇତ୍ୟାଦି ଆହ୍ୱାନ ରହିଛି। ସେ କହିଛନ୍ତି ଯେ ଆଇନ ଅନୁଯାୟୀ ୱାଟର ମାର୍କ ହୋଇଥିବା ବାଲାଟ ପେପର ବ୍ୟବହାର କରିବାକୁ ପଡିବ ଜ୍ଝ ଯାହା ଦେଶରେ ଉପଲବ୍ଧ ନାହିଁ ଏବଂ ଆମଦାନୀ କରିବାକୁ ପଡିବ।




admin 