ବାର୍ସିଲୋନା ଫେରିବେ ମେସି
ବାର୍ସିଲୋନା ଫେରିବେ ମେସି

ବାର୍ସିଲୋନା: ନିକଟରେ ବାର୍ସିଲୋନା ଛାଡ଼ି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସଜି)ରେ ଯୋଗ ଦେଇଥିବା ମେସି ନିଜର ପୁରୁଣା ଦଳକୁ ଫେରିବାର ସଙ୍କେତ ଦେଇଛନ୍ତି । ସୋମବାର ଏକ ସାକ୍ଷାତକାରରେ ମେସି କହିଛନ୍ତି ଯେ ପିଏସଜିରେ ତାଙ୍କର ଚୁକ୍ତି ସରିବା ପରେ ପରିବାର ସହ ବାର୍ସିଲୋନା ଫେରିବାକୁ ଚାହାନ୍ତି । ବୈଷୟିକ ନିଦେ୍ର୍ଧଶକ ଭାବେ ଲା-ଲିଗା କ୍ଲବ ବାର୍ସିଲୋନାକୁ ସହଯୋଗ କରିବାକୁ ସେ ଆଗ୍ରହୀ ।
ମେସି ଦୁଇ ଦଶନ୍ଧି ଧରି ବାର୍ସିଲୋନା ପକ୍ଷରୁ ଖେଳିଥିଲେ । ୬୭୨ ଗୋଲ ସହ ସେ ଏହି ସ୍ପାନିସ କ୍ଲବର ସର୍ବୋଚ୍ଚ ଗୋଲ ସ୍କୋରର । ହେଲେ ବାର୍ସିଲୋନା ତାଙ୍କୁ ରଖିବାକୁ ସମର୍ଥ ନହେବାରୁ ଚଳିତ ବର୍ଷ ସେ ପିଏସଜି ସହ ଦୁଇ ବର୍ଷିୟା ଚୁକ୍ତି କରିଥିଲେ। “ଏହା ପ୍ରାୟତଃ ନିଶ୍ଚିତ, ଆମେ ବାର୍ସିଲୋନା ଫେରିବୁ ଏବଂ ସେଠାରେ ରହିବୁ । ମୋ ପନôୀ ଓ ମୁଁ ଏହା ଚାହୁଁ । ଯେବେ ପିଏସଜି ସହ ଚୁକ୍ତି ସରିବ ବାର୍ସିଲୋନା ଫେରି ସେଠାରେ ଜୀବନ ଅତିବାହିତ କରିବୁ । କ୍ଲବକୁ ସହଯୋଗ କରିବି ବୋଲି ସର୍ବଦା ମୁଁ କହି ଅସିଛି । କ୍ଲବର ବୈଷୟିକ ନିର୍ଦେଶକ ହେବା ମୋର ପସନ୍ଦ । କିନ୍ତୁ ଏହା ବାର୍ସିଲୋନାରେ ସମ୍ଭବ କି ନାହିଁ ତାହା ଜାଣିନି । ଯଦି ଏହା ହୁଏ ତେବେ ପୁଣି ଥରେ କ୍ଲବର ସେବା କରିପାରିବି । କାରଣ ମୁଁ ଏହି କ୍ଲବକୁ ବହୁତ ଭଲ ପାଏ ଏହା ବି ଜାରି ରହିବ” ବୋଲି ୩୪ ବର୍ଷୀୟ ମେସି କହିଛନ୍ତି ।