ବଡ ଖବର : ବନ୍ଦ ହେଲା ଆଇପିଏଲ

ବଡ ଖବର : ବନ୍ଦ ହେଲା ଆଇପିଏଲ

ବଡ ଖବର : ବନ୍ଦ ହେଲା ଆଇପିଏଲ
ଭୁବନେଶ୍ୱର:ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୫୭ ହଜାର ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୪୪୯ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୨୨ ହଜାର ୪୦୮ କୁ ବୃଦ୍ଧି ପାଇଛି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଚଳିତ ବର୍ଷ ଆଇପିଏଲ ବନ୍ଦ ହୋଇଛି । କରୋନା ପାଇଁ ବନ୍ଦ ହେଲା ଆଇପିଏଲର ୧୪ତମ ସଂସ୍କରଣ । ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହୋଇଛି । ବିବିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।