ନିର୍ବାଚନ ଲଢ଼ିବେନି ଅଖିଳେଶ
ନିର୍ବାଚନ ଲଢ଼ିବେନି ଅଖିଳେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ନେତା ଅଖିଳେଶ ସିଂହ ଯାଦବ ଆଗାମୀ ବିଧାନ ସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ । ଅଖିଳେଶ ଏହି ଘୋଷଣା କରିବା ପରେ ଦଳ ପକ୍ଷରୁ ଏ ବାବଦରେ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ତାଙ୍କ ନିଷ୍ପତ୍ତି ଚୂଡାନ୍ତ ବୋଲି ସଫେଇ ଦିଆଯାଇଛି । ଅଖିଳେଶ ୨୦୧୨ କିମ୍ବା ୨୦୧୭ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ ।
ଏହା ସତ୍ତ୍ୱେ ସେ ୨୦୧୨ ରେ ମାତ୍ର ୩୮ ବଷରେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ କନୌଜରୁ ସାଂସଦଥିବା ଯାଦବ ବିଧାନ ପରିଷଦ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅଦ୍ୟାବଧି ସେ ଗୋଟିଏ ହେଲେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି । ସମ୍ପ୍ରତି ସେ ଆଜମଗଡ଼ରୁ ଲୋକସଭା ସଦସ୍ୟ ଅଛନ୍ତି । ତାଙ୍କ ପତ୍ନୀ ଡିମ୍ପଲ ଯାଦବ କନୌଜରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।