ବାଣୀବିହାର କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ର

ବାଣୀବିହାର କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ର

ବାଣୀବିହାର କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ର
ଭୁବନେଶ୍ୱର:ବାଣୀବିହାରରେ କୁଳପତିଙ୍କ ଅଫିସ ଘେରିଲେ ଛାତ୍ର । କାଲିର ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତି ଅଫିସ ଘେରାଉ କରାଯାଇଛି । ଗତକାଲି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ କାହିଁକି ହୋଇଥିଲା ଏହାର ସମାଧାନ ନେବା ନିହାତି ବୋଲି ଛାତ୍ର ମାନେ କହିଛନ୍ତି । କୁଳପତି ଏହି ସମସ୍ୟା ସମାଧାନ ନକଲେ ଲଙ୍କାକାଣ୍ଡ ହେବ ବୋଲି ଛାତ୍ରମାନେ ଚେତାବନି ଦେଇଛନ୍ତି । ସୂଚନା ଅନୁଯାୟୀ, କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଏହା ଉଗ୍ର ରୂପ ଧାରଣ ନେଇଥିଲା । ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଏହା ପ୍ରତିବାଦରେ ଗୋଟିଏ ଗୋଷ୍ଠି ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ ।