ରାଜଧାନୀରେ ଆଉ ୨ଟି ଫୁଟ ଓଭରବ୍ରିଜ

ରାଜଧାନୀରେ ଆଉ ୨ଟି ଫୁଟ ଓଭରବ୍ରିଜ

ରାଜଧାନୀରେ ଆଉ ୨ଟି ଫୁଟ ଓଭରବ୍ରିଜ
ଭୁବନେଶ୍ୱର: ଆସନ୍ତା ମାସେ ଭିତରେ ରାଜଧାନୀ ଭୁବନେଶ୍ୱରରେ ଆଉ ୨ଟି ଫୁଟ ଓଭର ବ୍ରିଜ ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ସର୍ଭେ ଚାଲିଛି ବୋଲି ଏନଏଚଆଇ ନିଦେ୍ର୍ଧଶକ ରାମ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଅଡିଟ ରିପୋର୍ଟ ସଂଗ୍ରହ ଚାଲିଛି । ରିପୋର୍ଟ ଆସିବା ପରେ ଖୁବଶୀଘ୍ର ଆଉ ୨ଟି ଫୁଟ ଓଭରବ୍ରିଜ ନିର୍ମାଣ କରାଯିବ । ଆବଶ୍ୟକ ଅନୁସାରେ ରସୁଲଗଡ଼-ପଳାଶୁଣି ରାସ୍ତାରେ ଫୁଟ ଓଭରବ୍ରିଜ ନିର୍ମାଣ କରାଯିବ । ସେହିପରି ଜୟଦେବବିହାର-ନୟାପଲ୍ଲୀ ପୂଜାପଣ୍ଡପ ମଧ୍ୟରେ ଆଉ ଗୋଟିଏ ଫୁଟ ଓଭର ବ୍ରିଜ ନିର୍ମାଣ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସେହିପରି ଜୁନ ଶେଷ ସୁଦ୍ଧା ଖଣ୍ଡଗିରି ଓଭରବ୍ରିଜ ବ୍ୟବହାର ଉପଯୋଗୀ ହେବ ବୋଲି ଏନଏଚଆଇ ନିଦେ୍ର୍ଧଶକ ରାମ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।