ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଦି ୟୁନିଭର୍ସର ଅବଦାନ ଅତୁଳନୀୟ

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଦି ୟୁନିଭର୍ସର ଅବଦାନ ଅତୁଳନୀୟ

ଓଡିଶାର ଏକ ଅଗ୍ରଣୀ ସାମାଜିକ ସଂଗଠନ ଦି ୟୁନିଭର୍ସର ୫୧ ତମ ବାର୍ଷିକ ଉତ୍ସବ ତୁଳସୀପୁର ସ୍ଥିତ ସାରଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଡ଼ଃ ପ୍ରମୋଦ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ l ୧୯୬୪ ମସିହାରେ ସ୍ବର୍ଗତ ଗିରିଜା ଭୂଷଣ ପଟ୍ଟନାୟକ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କର ସହଯୋଗରେ ସମଗ୍ର ବିଶ୍ୱରେ ଶାନ୍ତି ଓ ମୈତ୍ର ପ୍ରତିଷ୍ଠା ପାଇଁ ଏହି ସଂଗଠନଟି ସ୍ଥାପନ କରିଥିଲେ l ଆଜି ଏହି ସଂଗଠନ ୫୧ ବର୍ଷରେ ପଦାର୍ପଣ କରିଛି l ସାଂସଦ ଭର୍ତ୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦି ୟୁନିଭର୍ସର ୫୧ ତମ ବାର୍ଷିକ ଉତ୍ସବକୁ ଉଦଘାଟନ କରି କହିଲେ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଏହି ଅନୁଷ୍ଠାନକୁ ଗଢି ତୋଳିବା ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଉତ୍କଳର କଳା, ସାହିତ୍ୟ, ସଂସ୍କୃତି ଏବଂ ଉତ୍କଳ ଐତିହ୍ୟକୁ ଓ ବିଶ୍ୱଦରବାରରେ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ଏହି ସଂଗଠନର ଅବଦାନ ଅତୁଳନୀୟ l  ପଦ୍ମଶ୍ରୀ ଡ଼ଃ ପ୍ରିୟମ୍ବଦା ମହାନ୍ତି, ଡ଼ଃ ଜିତେନ୍ଦ୍ର ନାୟକ, ବିଧାୟିକା ସୋଫିଆ ଫିର୍ଦୋଷ, ବିନୋଦ ଦାସ, ସୁଧୀର ରଞ୍ଜନ ମିଶ୍ର ଅତିଥି ଭାବରେ ଯୋଗଦେଇ କହିଲେ ଦି ୟୁନିଭର୍ସ ସଂଗଠନଟି ରାଜ୍ୟ ରାଜ୍ୟ, ଦେଶ ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ କରି ବିଶ୍ୱରେ ଶାନ୍ତି ଓ ମୈତ୍ରୀ ସ୍ଥାପନ କରିଛନ୍ତି l ପ୍ରାରମ୍ଭରେ ଦି ୟୁନିଭର୍ସର ସମ୍ପାଦକ ବ୍ୟକ୍ତି ପଟ୍ଟନାୟକ, ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l