ବଲିଉଡ ଟ୍ରେଣ୍ଡ-ସଫଳତା ପରେ ବ୍ରେକଅପ
ବଲିଉଡ ଟ୍ରେଣ୍ଡ-ସଫଳତା ପରେ ବ୍ରେକଅପ
admin
May 15, 2022 - 08:06
Updated: May 15, 2022 - 08:06
ମଣିଷ ସଫଳ ହେବା ପରେ ଅନେକ ସମୟରେ ପୁରୁଣାକୁ ଛାଡ଼ି ନୂଆକୁ ଆଦରି ନିଏ । ଆଜିକାଲି ଏହାକୁ ନିତିଦିନିଆ ଘଟଣା କହିଲେ ଭୁଲ ହେବ ନାହିଁ। ବଲିଉଡ଼ର ପ୍ରତିଷ୍ଠିତ ୫ ଅଭିନେତ୍ରୀ ସଫଳ ହେବା ପରେ ନିଜ ପ୍ରଥମ ପ୍ରେମକୁ ଭୁଲି ଅନ୍ୟ ପ୍ରେମରେ ଉବୁଟୁବୁ ହୋଇଥିଲେ ।
ଏଇ ଯେମିତି ପ୍ରଥମେ ଅନୁଷ୍କା ଶର୍ମା ମଡେ଼ଲିଂ କରୁଥିବାବେଳେ ଜୋହେବ ୟୂସୁଫଙ୍କୁ ଭଲ ପାଉଥିଲେ । ଦୁଇ ବର୍ଷ ଧରି ପରସ୍ପରକୁ ଡେଟିଂ ବି କରୁଥିଲେ । କିନ୍ତୁ ଅନୁଷ୍କାଙ୍କୁ ‘ରବନେ ବନା ଦି ଯୋଡ଼ି’ ସିନେମାରେ ଅଭିନୟର ଅଫର ମିଳିବା ପରେ ସେ ବଦଳି ଯାଇଥିଲେ । ଯେଉଁଥିପାଇଁ ତାଙ୍କର ପ୍ରଥମ ପ୍ରେମିକ ଜୋହେବଙ୍କ ସହ ତାଙ୍କର ବ୍ରେକ ଅପ ହୋଇଥିଲା ।
ସେମିତି ଦୀପିକା ପାଦୁକୋନଙ୍କର ପ୍ରଥମ ପ୍ରେମିକ ଥିଲେ ନିହାର ପାଣ୍ଡ୍ୟା । ଦୁଇ ଜଣ ତିନି ବର୍ଷ ଧରି ଲିଭିଙ୍ଗ ରିଲେସନସିପରେ ବି ଥିଲେ । ଦୀପିକା ଟପ ଅଭିନେତ୍ରୀ ତାଲିକାରେ ରହିଥିବାବେଳେ ନିହାର କିନ୍ତୁ ସଫଳ ହୋଇନଥିଲେ ।
ଏକଦା ପ୍ରିୟଙ୍କା ଚୋପ୍ରା ଅଭିନେତା ଅସୀମ ମର୍ଚ୍ଚାଂଟଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ । କିନ୍ତୁ ଆର୍ଥିକ ଅବସ୍ଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେପରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ।
ଆଲିଆ ଭଟ୍ଟ ପ୍ରଥମେ ଅଲୀ ଦାଦରକରଙ୍କୁ ଭଲ ପାଉଥିଲେ । ଉଭୟ ପିଲାଦିନର ସାଥି । ଆଲିଆ ବଲିଉଡ଼କୁ ଆସିବା ପୂର୍ବରୁ ଉଭୟ ଡେଟ ବି କରୁଥିଲେ । କିନ୍ତୁ ଷ୍ଟୁଡେ଼ଂଟ ଅଫ ଦ ଇୟର ସିନେମା ପରେ ଅଲୀଙ୍କ ସହ ବ୍ରେକଅପ ହୋଇଯାଇଥିଲା ।
ସେହିପରି ଐଶ୍ୱର୍ଯ୍ୟା ରାୟ ନୂଆ ନୂଆ ମଡେଲିଙ୍ଗ କରିବାବେଳେ ଲୋକପ୍ରିୟ ମଡେ଼ଲ ରାଜୀବ ମୁଲଚାନ୍ଦନୀଙ୍କୁ ପ୍ରଥମେ ଭଲ ପାଉଥିଲେ । ଖବରକାଗଜରେ ବି ସେମାନଙ୍କ ପ୍ରେମ କାହାଣୀ ଲେଖା ହେଉଥିଲା । ଐଶ୍ୱର୍ଯ୍ୟା ବିଶ୍ୱ ସୁନ୍ଦରୀ ହେବା ସହ ତାଙ୍କୁ ସିନେମା ଅଫର ମିଳିବା ପରେ ଉଭୟଙ୍କ ଯୋଡ଼ି ଭାଙ୍ଗି ଯାଇଥିଲା। ଯଦିଓ ଏହି ପାଞ୍ଚ ଜଣ ପ୍ରତିଷ୍ଠିତ ଅଭିନେତ୍ରୀ ପ୍ରେମ କରି ବିବାହ କରିଥିଲେ, ପ୍ରତିଷ୍ଠିତ ସେଲିବ୍ରିଟିମାନଙ୍କୁ ହିଁ ବିବାହ କରିଛନ୍ତି ସଭିଏଁ।