ବଲିଉଡର ଏହି ହିରୋଇନମାନେ ଆଜି ଯାଏଁ ହୋଇନାହାଁନ୍ତି ମା’

ବଲିଉଡର ଏହି ହିରୋଇନମାନେ ଆଜି ଯାଏଁ ହୋଇନାହାଁନ୍ତି ମା’

ବଲିଉଡର ଏହି ହିରୋଇନମାନେ ଆଜି ଯାଏଁ ହୋଇନାହାଁନ୍ତି ମା’
ବାହାଘରର ଏତେ ବର୍ଷ ପରେ ବି ମା ହୋଇପାରିନାହାଁନ୍ତି ବଲିଉଡର ଏହି ଅଭିନେତ୍ରୀମାନେ । ବଲିଉଡରେ ପ୍ରାୟତଃ ସବୁ ଅଭିନେତ୍ରୀମାନେ ଫିଲ୍ମରେ ମା’ର ଅଭିନୟ କରିଛନ୍ତି । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ବଡ ପରଦାରେ ତ ମା’ର ଅଭିନୟ କରିବାର ସୁଯୋଗ ମିଳିଛି କିନ୍ତୁ ଅସଲ ଜୀବନରେ ସେମାନଙ୍କୁ କେବେ ମା’ ହେବାର ସୌଭାଗ୍ୟ ମିଳିପାରିନାହିଁ । ଆଜି ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ମା’ ହେବାର ସୁଖ ମିଳିପାରିନାହିଁ । ସାୟରା ବାନୋ: ବଡ ବଡ ଆଖି ବାଲା ଅଭିନେତ୍ରୀ ସାୟରା ବାନୋ କୋଟି କୋଟି ହୃଦୟରେ ରାଜ କରିଛନ୍ତି । ଅଭିନେତ୍ରୀ ସାୟରା ବାନୋଙ୍କ ଜନ୍ମ ୨୩ ଅଗଷ୍ଟ ୧୯୪୪ରେ ହୋଇଥିଲା । ସାୟରା ବାନୋ ଇଣ୍ଡଷ୍ଟ୍ରିରେ କେତେକ ହିଟ ଫିଲ୍ମରେ କାମ କରିଛନ୍ତି । ସେ ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କୁ ବିବାହ କରିଛନ୍ତି । କିନ୍ତୁ ବାସ୍ତବିକ ଜୀବନରେ ସାୟରା ବାନୋ ମା’ ହୋଇନାହାଁନ୍ତି । ବିବାହର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେ ମା’ ହୋଇପାରିନାହାଁନ୍ତି । ଜୟପ୍ରଦା: ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଜୟପ୍ରଦା ବି ସାମିଲ ଅଛନ୍ତି । ସେ ୧୯୮୬ରେ ଶ୍ରୀକାନ୍ତ ନାହଟାଙ୍କୁ ବିବାହ କରିଥିଲେ । ବିବାହର ୩୫ ବର୍ଷ ସତ୍ୱେ ବି ଜୟପ୍ରଦାଙ୍କୁ ମା’ ହେବାର ସୁଖ ମିଳିନି । ଶବାନା ଆଜମୀ: ବଲିଉଡର ଅଭିନେତ୍ରୀ ଶବାନା ଆଜମୀ ନିଜର ଦମଦାର ଅଭିନୟ ମାଧ୍ୟମରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ୫ ଥର ରାଷ୍ଟ୍ରୀୟ ପୁରଷ୍କାର ମଧ୍ୟ ମିଳିଛି । ସେ ବଲିଉଡର ଫେମସ ଲେଖକ ଓ ଗୀତିକାର ଜାବେଦ ଅଖ୍ତରଙ୍କୁ ୧୯୯୪ରେ ବିବାହ କରିଥିଲେ । କିନ୍ତୁ ଦୁଇ ଜଣଙ୍କୁ ସନ୍ତାନର ସୁଖ ମିଳିପାରିନି । କିରନ ଖେର: ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ କିରଣ ଖେର ଜଣେ ଅଟନ୍ତି । ମା’ଙ୍କ ରୋଲରେ ସେ ବହୁତ ଭଲ ଲାଗନ୍ତି । କିରଣ ଖେର ବଲିଉଡର କଳାକାର ଅନୁପମ ଖେରଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି । କିନ୍ତୁ ତାଙ୍କୁ ମା ହେବାର ସୁଖ ମିଳିନାହିଁ ।