ବିନା ଅନୁମତିରେ ବାଜିବନି ଡିଜେ
ଭୁବନେଶ୍ୱର : ସହରରେ କଟକଣା ହେଲେ ଗାଁରେ ନାହିଁ। ଲୋକେ ମନଇଛା ସାଉଣ୍ଡରେ ଡିଜେ ବଜାଉଛନ୍ତି। ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ଡିଜେ ବାଜୁଛି। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଏହି ପ୍ରସଙ୍ଗ ଉଠାଇବା ସହ ଏ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି।
ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ପୁଲିସ ତତ୍ପର ହୋଇ ଉଠିଛି। ଅନୁମତି ନେଇ ନ ଥିଲେ ଗାଁ ଗହଳିରେ ବି ଡିଜେ ବାଜିପାରିବନି। ଆଉ ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡ଼ି ଜବତ ସହ ମାମଲା ରୁଜୁ ହେବ। ପୁଲିସ ଡିଜି ସୁନୀଲ ବଂଶଲ ଡିଜେ ଉପରେ ଲଗାମ ଲଗାଇବା ପାଇଁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମ୍କୁ ନିୟମିତ ଚଢ଼ଉ କରିବା ପାଇଁ କୁହାଯାଇଛି। ସୁପ୍ରିମକୋର୍ଟ କରିଥିବା ଗାଇଡ୍ଲାଇନ୍କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଥାନା ଅଧିକାରୀ ଏକ ଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ରଖିବେ। ଏହି ନମ୍ବରକୁ କଲ୍ କରି ଲୋକେ ଅଧିକ ଶବ୍ଧରେ ଡିଜେ ବାଜୁଥିଲେ ଲୋକେ ପୁଲିସକୁ ସୂଚନା ଦେଇପାରିବେ।ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଡିଜେ ସାଉଣ୍ଡ ପାଇଁ ଗତ ବର୍ଷ ୧୦ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।




admin 